27.1 C
Bhubaneswar
Thursday, April 25, 2024
Homeଓଡିଶାରାଉରକେଲାରେ ଜମିଲାଣି ବଣଭୋଜିର ଆସର!

ରାଉରକେଲାରେ ଜମିଲାଣି ବଣଭୋଜିର ଆସର!

ରାଉରେକେଲା: ଆଜି ଥିଲା ବିଦାୟୀ ବର୍ଷ-୨୦୨୦ର ଶେଷ ଦିବସ ଅର୍ଥାତ ଗୁରବାରା ।ନୂଆବର୍ଷକୁ ସ୍ୱାଗତ କରିବା ନେଇ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର  କିଛି ବଣଭୋଜି(ପିକ୍‌ନିକ୍‌) ସ୍ଥଳ ଗୁଡ଼ିକରେ କିଛି ଯୁବଗୋଷ୍ଠୀ ଓ ପରିବାର ଲୋକଗତକାଲି ବୁଧବାର ଓ  ଆଜି ଗୁରୁବାରରେ  ପିକନିକ କରିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ କରୋନା ମହାମାରୀର ପ୍ରଭାବ ଯୋଗୁ ଅଧିକାଂଶ ଲୋକ ଗହଳିରୁ ବର୍ତିବା ପାଇଁ ପିକନିକ ଯିବାକୁ ଅମଙ୍ଗ ହେଉଛନ୍ତି, ଏପରିସ୍ଥଳେ ଘରେ ପରିବାର ଓ ସମ୍ପର୍କୀୟ ମାନଙ୍କୁ ନେଇ ପିକନିକ କରିବା ଦେଖିବାକୁ ମିଳୁଛି । ସେହିପରି ଗତ କିଛି ଦିନ ତଳେ ପିକନିକ କରିବାକୁ ଯାଇ ୩ ଜଣ ଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇବା ଭଳି ଦୁଃଖଦ ଘଟଣା ଲୋକଙ୍କ ମାନସପଟରୁ ଏଯାଏ ଲିଭି ନଥିବାରୁ, ନଦୀ, ନାଳ ଥିବା ବଣଭୋଜି ସ୍ଥଳକୁ ଯିବା ପାଇଁ ମନରେ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । ଅପରପକ୍ଷରେ ଆଜି ଦକ୍ଷିଣ ରାଉରକକେଲାର କିଛି ଯୁବ ଗୋଷ୍ଠୀଙ୍କୁ ଦକ୍ଷିଣ ରାଉରକେଲା ନିକଟବର୍ତୀ ବିଭିନ୍ନ ପିକନିକ ସ୍ଥଳ ଯେପରି ଡେଲାକୁଦର, କଂସର,ମୁଣ୍ଡାଯୋର,ଠେପାଟୋଲି ଆଦି ବିଭିନ୍ନ ବାଇକ ତଥା ବୋଲେରୋରେ ଯିବା ଦେଖିବାକୁ ମିଳିଥିଲା । କୋଭିଡ଼ କଟକଣା ଯୋଗୁ ସଙ୍ଗୀତ ବଜାଇବା ଉପରେ କଟକଣା ଲାଗିଥିବାରୁ ନୀରବତା ଓ ସତର୍କତାରେ ପିକନିକର ମଜା ଉଠାଇଥିଲେ ଏଭଳି ଯୁବଗୋଷ୍ଠୀ । ଦକ୍ଷିଣ ରାଉରକେଲା ସାରନଗରୀ ଅନ୍ତର୍ଗତ ସୋନା ଉଦ୍ୟାନରେ ପ୍ରତିବର୍ଷ ଡିସେମ୍ବର ମାସ ଓ ନୂଆବର୍ଷରେ ପିକନିକ କରିବାକୁ ସପ୍ତାହର ବୁଧବାର, ଶୁକ୍ରବାର ଓ ରବିବାର ଲୋକଙ୍କ ସମାଗମ ହୋଇଥାଏ । ନିଜର ବନ୍ଧୁ, ପରିଜନଙ୍କ ମଧ୍ୟରେ ଖୁସିର ଦୁଇ  ମୂହୁର୍ତ କାଟିବାକୁ ଏହି ଉଦ୍ୟାନକୁ ଆସିଥାନ୍ତି, ମାତ୍ର କୋଭିଡ଼ କଟକଣା ଯୋଗୁ ସେଥିରେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ଘଟିଥିବା ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି । ଦକ୍ଷିଣ ରାଉରକେଲା ଠାରୁ ଦୂରରେ ଥିବା ଅନେକ ପିକନିକ ସ୍ଥଳ ଯେପରି ଦାର୍ଜିଂ, ବ୍ଲୁ ଷ୍ଟୋନ, ଖଣ୍ଡାଧାର ପିକନିକ ସ୍ଥଳକୁ  ନୂତନ ବର୍ଷରେ ବଣଭୋଜି କରି ଯିବା ପାଇଁ ଅଂଚଳର କିଛି  ସାମାଜିକ ଅନୁଷ୍ଠାନ ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking