କୋଭିଡ଼ ନିୟମ ମାନିଲେନି ସରକାରୀ ଶିକ୍ଷକ

ରାଜନେତାଙ୍କ ଛତ୍ରଛାୟାରେ ଘରେ ସାରଙ୍କ ଟିଉସନ ହାଟ

ରାଉରକେଲା: ରାଜ୍ୟରେ କରୋନା ଗତ ମାର୍ଚ୍ଚ ମାସରୁ ପାଦ ଥାପିଲା । ଏହାପରେ ସବୁକିଛି ଯେମତି ଓଲଟପାଲଟ ହୋଇଗଲା ପରି ମନେ ହେଲା । ସମସ୍ତ ବ୍ୟବସ୍ଥା ସହିତ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବହୁଳ ଭାବରେ ପ୍ରଭାବିତ ହେଲା । ସ୍କୁଲ ଓ କଲେଜ ପିଲାଙ୍କୁ କରୋନା ଦାଉରୁ ରକ୍ଷା କରିବାକୁ ରାଜ୍ୟ ସରକାର ସ୍କୁଲ, କଲେଜ ବନ୍ଦ କରିବା ସହ ଶିକ୍ଷା ବ୍ୟବସ୍ଥାରେ ସାମାନ୍ୟ ୟୁ ଟର୍ଣ୍ଣ କରି ଅନଲାଇନ ଶିକ୍ଷା ଆରମ୍ଭ କଲେ । ମାତ୍ର ଅର୍ଥ ଲାଳସାରେ ରାଜ୍ୟର କିଛି ସରକାରୀ ସ୍କୁଲର ଶିକ୍ଷକ କରୋନା ଶୀର୍ଷରେ ଥିବା ଅବସ୍ଥାରେ ପିଲା ମାନଙ୍କୁ ଘରକୁ ଡାକି ଟିଉସନ କରିଥିଲେ, ଯାହାକି ବର୍ତମାନ ପର୍ଯ୍ୟନ୍ତ ଜାରି ରହିଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଦକ୍ଷିଣ ରାଉରକେଲା ଅଂଚଳର ନବକୃଷ୍ଣନଗର ନଗର ଅଂଚଳରେ ଏଭଳି ଜଣେ ସରକାରୀ ଶିକ୍ଷକ କଲେଜର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଖୁଲମଖୁଲା ଭାବେ ଟିଉସନ କରିବା କେତେ ଯୁକ୍ତିଯୁକ୍ତ ଏହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି ।
ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳ ରାଉରକେଲା ପୌରାଚଂଳରେ ଆସୁଥିବା ବେଳେ, ଜଣେ ରାଜନେତାଙ୍କ ଛତ୍ରଛାୟା ତଳେ ଏହି ସରକାରୀ ଶିକ୍ଷକ ଜଣଙ୍କ ନିଜକୁ ବାହୁବଳୀ ମନେ କରି ସରକାରୀ କୋଭିଡ଼ ନିୟମକୁ ସଂପୂର୍ଣ୍ଣ ରୂପେ ଗତ ୮ ମାସ ହେଲା ଦଳି ଚକିଟି ଦେଇଛନ୍ତି, ଯାହାକି ରାଉରକେଲା ମହାନଗର ନିଗମର ଉଚ୍ଚ ପଦସ୍ଥ ଅଧିକାରୀଙ୍କ କାନରେ ମଧ୍ୟ ଉକ୍ତ ଶିକ୍ଷକ ଏହି କାରନାମା ସମ୍ପର୍କରେ କୌଣସି ଖବର ନାହିଁ । ବିଜେଡ଼ି ସରକାରରେ ନବୀନଙ୍କ ସ୍ୱଚ୍ଛ ଶାସନ ପ୍ରତି ଏହା ସିଧାସଳଖ ଆଙ୍ଗୁଳି ନିକ୍ଷେପ କରୁଛି! ସ୍ଥାନୀୟ ଅଂଚଳର ବିଧାୟକ ସୁବ୍ରତ ତରାଇଙ୍କ ନିକଟରେ କୋଭିଡ଼ ନିୟମ ଉଲ୍ଲଘଂନ କାରୀ ଶିକ୍ଷକଙ୍କ ବିରୋଧରେ ଏଯାଏ କୌଣସି ଅଭିଯୋଗ ଲିଖିତ ଭାବେ ନପହଂଚିବା କାରଣରୁ ଏହି ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଏଯାବତ ନିଆଯାଇ ପାରିନାହିଁ ବୋଲି ସ୍ଥାନୀୟ ଥାନାର ଜଣେ ପୁଲିସ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । କରୋନା ସମୟରେ ଗୋଟିଏ ପଟେ ସ୍କୁଲ, କଲେଜରେ ତାଲା ଝୁଲୁଥିବା ବେଳେ, ନବକୃଷ୍ଣନଗର ଭଳି ପୌରାଂଚଳରେ ଗୋଟିଏ ଛାତ ତଳେ ୫୦ରୁ ଉର୍ଦ୍ଧ ପିଲା ଏକତ୍ର ବସି ଟିଉସନ ପଢିବା, କୋଭିଡ଼କୁ ଘରକୁ ନିମନ୍ତ୍ରଣ ଦେବା ସହ ସମାନ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ସରକାରୀ କଳ ଉକ୍ତ ସରକାରୀ ଶିକ୍ଷକଙ୍କ ଏଭଳି ଦୁଃସାହସ ପ୍ରତି ଲଗାମ କଷିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here