34.1 C
Bhubaneswar
Friday, March 29, 2024
Homeଅପରାଧଘରକୁ ଫେରିବ ନିଖୋଜ ଝିଅ

ଘରକୁ ଫେରିବ ନିଖୋଜ ଝିଅ

ରାଉରକେଲା : ଦିର୍ଘ ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣରେ । ମଙ୍ଗୁଳା ସିଂଙ୍କ ଝିଅ ଗତ ବର୍ଷ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରି ଥିଲେ ମଧ୍ୟ ଝିଅର ପତ୍ତା ପାଇନଥିଲେ । ଗତ କିଛି ଦିନ ପୂର୍ବେ ଘର ଲୋକେ ଝିଅର ମୃତ୍ୟୁ ଖବର ପାଇଥିଲେ । ଏପରିକି ଅନ୍ତିମ ସଂସ୍କାର ପାଇଁ ମଧ୍ୟ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗାଁରେ ପହଞ୍ଚି ଥିଲା ପୋଲିସ । ନାବାଳିକା ଜୀବିତ ଥିବା ସହ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ହେପାଜତରେ ଥିବା ପରିବାର ଲୋକଙ୍କୁ ପୋଲିସ ସୂଚନା ଦେଇଥିଲା । ତେବେ, ଗୁରୁବାର ଦିନ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ନାବାଳିକାକୁ ଉଦ୍ଧାର କରିବା ସହ ସୁନ୍ଦରଗଡ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ । ତେବେ, ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ ।

ଭିଜିଲାନ୍ସ ଜାଲରେ ଅଵସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ

ରାଉରକେଲା: ଭିଜିଲାନ୍ସ ଜାଲରେ ଅବସର ପ୍ରାପ୍ତ କୃଷି ବିଭାଗ କର୍ମଚାରୀ । ଆଜି ସୁନ୍ଦରଗଡ଼ ଶଙ୍କରା ସ୍ଥିତ ସୁନ୍ଦରଗଡ଼ ଜିଏନଏମ କଲେଜ ସମେତ ଚାରିଟି ଅନୁଷ୍ଠାନର ମାଲିକ ତଥା ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ ଫକୀର କର୍ଣ୍ଣଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବରଗଡ଼ ଅତାବିରା, ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ରେ ଚଢ଼ାଉ ଜାରି ରହିଛି । ଫକୀର ପୂର୍ବରୁ ସରକାରୀ ଚାକିରୀରେ ଥାଇ ତାଙ୍କ ସ୍ତ୍ରୀଙ୍କ ନାମରେ ସୁନ୍ଦରଗଡ଼ରେ ଚାରି ଶିକ୍ଷା ଅନୁଷ୍ଠାନ କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking