34.1 C
Bhubaneswar
Friday, March 29, 2024
Homeଓଡିଶାଧୂଳିର ଚାଦରରେ ‘୧୪୩’ ଜାତୀୟ ରାଜପଥ ଜନତା ହଟହଟା, ପ୍ରଶାସନ ନୀରବଦ୍ରଷ୍ଟା

ଧୂଳିର ଚାଦରରେ ‘୧୪୩’ ଜାତୀୟ ରାଜପଥ ଜନତା ହଟହଟା, ପ୍ରଶାସନ ନୀରବଦ୍ରଷ୍ଟା

ରାଉରକେଲା: ମହାମାରୀ  କରୋନା କାରଣରୁ ଲକ୍ ଡାଉନ ସମୟରେ ଯାତ୍ରୀବାହୀ ବସ, ଅଟୋ ଚଳାଚଳ ଆଦି ବନ୍ଦ ରହିବା କାରଣରୁ ବାୟୁ ପ୍ରଦୂଷଣର ମାତ୍ରା କିଛି ମାତ୍ରା କମିଥିବା ଲକ୍ଷ୍ୟ କରାଯାଇଥିଲା । ମାତ୍ର ଜାତୀୟ ରାଜପଥ-୧୪୩ରେ ବର୍ତମାନ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ବାଲୁଘାଟ ଠାରୁ ଆରମ୍ଭ କରି ତରକେରା ଛକ, ଜଲଦା ସି ବ୍ଲକ ଯାଏ ଯାଇଥିବା ରାସ୍ତାରେ ବର୍ଷା ପାଣି ଜମିଲେ ଅବା ରାସ୍ତା ଆବଡ଼ା ଖାବଡ଼ା ହେଲେ ତା’ ଉପରେ ପ୍ଲାଏ ଆସ୍ (ଧଳା ପାଉଁଶ) ପକାଇ ଦିଆଯାଉଛି । ପରମୂହର୍ତରେ ଏହା ଶୁଖିଯିବା ପରେ ଏଣେତେଣେ ଉଡ଼ିବା ଆରମ୍ଭ କରୁଛି । ପାଣି ପକାଇବା ତ ଦୂରର କଥା; କମ୍ପ୍ରେସନ ମଧ୍ୟ କରାଯାଉ ନାହିଁ!  ପାଉଁଶ ଗୁଣ୍ଡ ଗୁଡ଼ିକ ଏଣେ ତେଣେ ଉନିବା ଯୋଗୁ ଏହା ଏବେ ଏକ ନିତି ଦିନିଆ ସମସ୍ୟା ଭାବେ ଉଭା ହୋଇଛି । ଭାରୀଯାନ ଗୁଡ଼ିକ ଚଳାଚଳ କରିବା ସମୟରେ ପ୍ରବଳ ଧୂଳି ସୃଷ୍ଟି ହୋଇ ରାସ୍ତାରେ ମୋଟର ସାଇକେଲ, ସାଇକେଲରେ ଯାତାୟତ କରୁଥିବା ଯାତ୍ରୀ ଆଖି ଓ ନାକରେ ପ୍ରବେଶ କରୁଛି । ଏହା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେଉଛି । ବିଶେଷ କରି ଶ୍ୱାସଜନିତ ରୋଗ ଯେପରି ଆଜମା ରୋଗରେ ପିଡ଼ୀତ ରୋଗୀଙ୍କ ପାଇଁ ଏଭଳି ଧୂଳି ବିପଦର କାରଣ ସାଜିଛି । ଶିଶୁ ମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଥିବା ଜଣାପଡ଼ିଛି ।  ଧୂଳିଧୂଆଁ ଯୋଗୁ ପ୍ରଦୂଷଣ ମାତ୍ରା ଏତେ ରହୁଛି ଯେ, ଗାଡିଚାଳକଙ୍କୁ ନିକଟସ୍ଥ ୧୦/୨୦ ମିଟରର ରାସ୍ତା ଦେଖାଯିବା କଷ୍ଟକର ହେଉଛି । ଏଥିଯୋଗୁ ସମୟ ସମୟରେ ଛୋଟବଡ଼ ଦୁର୍ଘଟଣା ବି ହେଉଛି । ଦକ୍ଷିଣ ରାଉରକେଲାର ତାରାପୁର ପମ୍ପ ହାଉସ ଠାରୁ ରାସ୍ତା ଡାଇଭରସନ ହୋଇଯାଇଥିବାରୁ ଯଦିଓ କିଛି ସମୟ ପାଇଁ ଧୂଳିରୁ ନିସ୍ତାର ମିଳୁଛି, ମାତ୍ର ପୁଣିଥରେ ବାଲୁଘାଟ ଠାରୁ ହକି ଛକ ଯାଏ ଲମ୍ବିଥିବା ଜାତୀୟ ରାଜପଥ-୧୪୩ରେ ପ୍ରବଳ ଧୂଳି ଉଡ଼ୁଥିବା ଲକ୍ଷ୍ୟ କରାଯାଇଛି । ସେହିପରି ଅନୁରୂପ ଭାବରେ ଜଲଦା ଗ୍ରାମ ପଂଚାୟତର ସି ବ୍ଲକ ଠାରେ ଧୂଳି ଧୂଆଁର ମାତ୍ରା ପ୍ରବଳ ରହିଥିବା ଅଂଚଳର କିଛି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପ୍ରବଳ ଧୂଳି ରାସ୍ତାରେ ଉଡ଼ିବା ଯୋଗୁ ଏହା ଦ୍ୱାରା ଚକ୍ଷୁ ପ୍ରଭାବିତ ହୋଇ ଚକ୍ଷୁ ରୋଗ ମଧ୍ୟ ବଢୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking