30.1 C
Bhubaneswar
Wednesday, April 24, 2024
Homeଓଡିଶାପାହାଡ଼ରୁ ଖସିଲା ପଥର, ୧୫ ଜଣ ଶ୍ରଦ୍ଧାଳୁ ଆହତ

ପାହାଡ଼ରୁ ଖସିଲା ପଥର, ୧୫ ଜଣ ଶ୍ରଦ୍ଧାଳୁ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ହାତୀବାରି ଥାନା ଅନ୍ତର୍ଗତ ଜଟିଆ ପାହାଡ଼ରେ ଘଟିଛି ଅଘଟଣ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଲୋକେ ସେଠାକୁ ଯା’ଆସ କରୁଥିବା ବେଳେ ପାହାଡ଼ରୁ ପଥର ଖସିବାରୁ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି।ପଥର ଖସିଥିବାର ସ୍ଥାନରେ ଆଉ କିଛି ଲୋକ ଫସି ରହିଥିବା ସୂଚନା ମିଳିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଜଣାପଡ଼ିଛି। ଏହା ସହିତ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ସୂଚନା ରୁ ଜଣାପଡିଛି ।
https://onakhabar.com/2020/02/21/mahasibaratri-mahadeb-akhndalamani/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking