34.1 C
Bhubaneswar
Friday, March 29, 2024
Homeଓଡିଶାକୋରୋନା ଚିହ୍ନଟ ପରେ ଆରଏମସି ର ତତ୍ପରତା

କୋରୋନା ଚିହ୍ନଟ ପରେ ଆରଏମସି ର ତତ୍ପରତା

ରାଉରକେଲା(ସୁବୋଧ ନାୟକ): କୋରୋନାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏପଟେ ରାଉରକେଲାରେ ପୁଣି କଣ୍ଟେନମେଣ୍ଟ ଜୋନରୁ ଜଣେ କୋରୋନା ଚିହ୍ନଟ ପରେ ଆରଏମସି ଶନିବାର ପାୱାର ହାଉସ ରୋଡ଼ ତଥା ମଧୁସୂଦନ ମାର୍ଗକୁ ଯାଇ ସମ୍ପୂର୍ଣ ଦୋକାନ ବଜାର ବନ୍ଦ କରିଛି । ମଧୁସୂଦନ ମାର୍ଗ ତଥା ପାୱାର ହାଉସ ରୋଡ଼ ବଫର ଜୋନରେ ଥିବା ସତ୍ତ୍ବେ ଦୋକାନ ଖୋଲା ଯାଉଥିଲା। କିନ୍ତୁ ଗତ ରାତିରେ ଏକ ପଜିଟିଭ୍ କେସ ସାମ୍ନାକୁ ଆସିବା ପରେ ମହାନଗର ନିଗମ ସଚେତ ହୋଇ ବଫର ଜୋନରେ ଆସୁଥିବା ଦୋକାନ ଗୁଡିକୁ ବନ୍ଦ କରିଛି ।

କରୋନା ଯୋଦ୍ଧାଙ୍କୁ ସମ୍ମାନ୍ନିତ କଲେ ସୁସ୍ଥ କରେନା ରୋଗୀ

ରାଉରକେଲା: ସୁନ୍ଦରଗଡ଼ ରାଉରକେଲାରେ ସୁସ୍ଥ ହୋଇଥିବା କରୋନା ରୋଗୀ ମାନେ ସେମାନଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିବା  ଜଣାପଡିଛି ।  କରୋନାରେ ପିଡିତ ହୋଇ କିଛି ରୋଗୀ ରାଉରକେଲା ହାଇଟେକ ହସ୍ପିଟାଲରେ  ଗତ ୨ ତାରିଖରୁ ଚିକିତ୍ସିତ ହେଉଥିବା ବେଳେ, ବର୍ତମାନ ଘରକୁ ଫେରିଛନ୍ତି । ସେମାନଙ୍କୁ ଆରଜିଏଚର କିଛି ବରିଷ୍ଠ ଡାକ୍ତର ଚିକିତ୍ସା କରୁଥିବା ବେଳେ, ସେମାନଙ୍କୁ ଆରୋଗ୍ୟ ମିଳିଛି । ପ୍ରଥମଥର ଲାଗି କରେନାରେ ଯୋଦ୍ଧା ସାଜିଥିବା ଡାକ୍ତର ମାନଙ୍କୁ  ସମ୍ମାନିତ କରାଯାଇଛି ।

ବସ୍ତିରେ ହାତୀ ଆତଙ୍କ

ରାଉରକେଲା: ହାତୀପଲଙ୍କ ଉତ୍ପାତ, ଭାଙ୍ଗିଲେ ଘର, ନଷ୍ଟ କଲେ ଆସବାବ ପତ୍ର । ସୁନ୍ଦରଗଡ ଜିଲ୍ଲାର କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ଗହ୍ମେଇନାଳୀ ବସ୍ତିରେ ହାତୀ ଆତଙ୍କ । ଏହି ବସ୍ତିକୁ ହାତୀ ପଲ ପଶି ଆସି 5ଟି ପରିବାରର ଘର ଭାଙ୍ଗି ଥିବା ଅଭିଯୋଗ ହୋଇଛି । ଫଳରେ ଏମାନେ ଦିନ ବେଳ ଗଛତଳେ ଆଶ୍ରୟ ନେଉଥିବା ବେଳେ ପର ବାରଣ୍ତାରେ ରାତି କାଟୁଛନ୍ତି । ଏନେଇ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ବନବିଭାଗକୁ ଅଭିଯୋଗ ହୋଇଥିଲା  ଆଠଦିନ ପର୍ବରୁ ସେହି ହାତୀ ଘୋଉଡାଇବାକୁ ଯାଇ ବସ୍ତିର ମଙ୍ଗଲ ମୁଣ୍ଡା ନାମକ ଜଣେ ଯୁବକ ଗାତରେ ପଡିଯାଇ ଥିଲେ । ଫଳରେ ଏବେ ସେ ବିଛଣାରେ । ଯଦି ଯଥାଶୀଘ୍ର ଚିକିତ୍ସା କରାନଯାଏ ତାହେଲେ ମଙ୍ଗଲ ମୁଣ୍ଡା ଆଉ ଚାଲିପାରିବ ନାହିଁ । ତେବେ ମଙ୍ଗଲ ଓ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking