34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ପରିସ୍ଥିତି ଅସମ୍ଭାଳ, ୭ଦିନ ନୂଆଗାଁ ହାତୀବାରି ପଞ୍ଚାୟତ ଲକ୍‌ଡାଉନ୍

କରୋନା ପରିସ୍ଥିତି ଅସମ୍ଭାଳ, ୭ଦିନ ନୂଆଗାଁ ହାତୀବାରି ପଞ୍ଚାୟତ ଲକ୍‌ଡାଉନ୍

ରାଉରକେଲା : କରୋନା ପରିସ୍ଥିତି ସୁନ୍ଦରଗଡ଼ ଜିଲ୍ଲାରେ ଅସମ୍ଭାଳ ହୋଇପଡ଼ୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ସମେତ ରାଉରକେଲା ଉପାନ୍ତରେ ଥିବା ନୂଆଗାଁ ବ୍ଲକ ହାତୀବାରି ପଞ୍ଚାୟତକୁ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି । କରୋନା ମହାମାରୀ ପ୍ରଭାବ ବୃଦ୍ଧିପାଉଥିବା ଯୋଗୁ ଇସ୍ପାତ ସହରରେ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ), ଆଇଜିଏଚ୍‌, ହାଇଟେକ୍ ହସ୍ପିଟାଲ, ଜେନି ହସ୍ପିଟାଲ, ସିଡବ୍ଲ୍ୟୁଏସ୍ ହସ୍ପିଟାଲ, ଭେଷଜ ପଟେଲ ହସ୍ପିଟାଲ, ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲ, ସେଲ ସେକ୍ଟର-୬ ହେଲ୍‌ଥ ସେଣ୍ଟର, ରାଉରକେଲା ସୁପରସ୍ପେଶିଆଲିଟଇ ହସ୍ପିଟାଲ ଆଦି ପ୍ରମୁଖ ୯ଟି ହସ୍ପିଟାଲରେ କୋଭିଡ୍ ଟେଷ୍ଟିଂ କରାଯାଉଛି । ସକାଳ ୮- ଦିନ ୧୨ ପର୍ଯ୍ୟନ୍ତ ତଥା ଅପରାହ୍ନ ୩- ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯାଉଛି । ସହରରେ ନାଇଟ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ପଡୋଶୀ ରାଜ୍ୟ ସୀମା ଗୁଡ଼ିକରେ ବ୍ୟାପକ ଯାଞ୍ଚ କରାଯାଉଛି । ଓଡ଼ିଶା – ଝାଡ଼ଖଣ୍ଡ ସୀମାବର୍ତ୍ତୀ ନୂଆଗାଁ ବ୍ଲକ ହାତୀବାରି ପଞ୍ଚାୟତରେ ଦିନିକୁ ଦିନ କୋଭିଡ଼୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଗ୍ରାମ ସରପଞ୍ଚ ବିନୋଦ ବିହାରୀ ଦେହୁରୀ ହାତୀବାରିକୁ ଏପ୍ରିଲ ୨୬ ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏଥିରେ ଦୋକାନବଜାର ଓ ଶିଳ୍ପକାରଖାନା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଶ୍ରୀ ଦେହୁରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଅନୁରୂପ ଭାବେ ସଂକ୍ରମଣ ଦୂରେଇବା ପାଇଁ ସାନିଟାଇଜେସନ୍ କାମ ଯୁଦ୍ଧକାଳୀନ ସ୍ଥିତିରେ ଜାରିରହିଛି । ରାଜ୍ୟ ଅଗ୍ନିଶମ ପକ୍ଷରୁ ରାଉରକେଲା ରେଳବାଇ ଷ୍ଟେସନ୍‌, ମେନ୍ ରୋଡ଼ ଓ ବିଭିନ୍ନ ସାର୍ବଜନୀନ ସ୍ଥାନରେ ସାନିଟାଇଜେସନ୍ କରାଯାଉଛି । ସଂକ୍ରମିତଙ୍କୁ ସହଜ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ଏନ୍‌ଆଇଟି, ବିପିୟୁଟି ଓ ଅନ୍ୟ ସରକାରୀ କଲେଜରେ କୋଭିଡ଼୍ କେୟାର ସେଣ୍ଟର ପ୍ରତିଷ୍ଠା କରି ପ୍ରାୟ ୨ହଜାର ଶଯ୍ୟା ବ୍ୟବସ୍ଥା କରାଯାଉଛି । ରାଉରକେଲାରେ ସକ୍ରିୟ ୩୦ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ମାସ୍କ ପାଇଁ ୭୭ ହଜାର୪ ଶହ ଟଙ୍କାଜରିମାନା ଆଦାୟ କରିଛନ୍ତି । ଅପରପକ୍ଷରେ ଦକ୍ଷିଣ ରାଉରକେଲାରେ ଥିବା ତରକେରା ଠାରୁ ମୁଣ୍ଡାବସ୍ତି ପର୍ଯ୍ୟନ୍ତ ଲୋକେ ସରକାରୀ ନୀତିନିୟମ ପାଳନ କରୁନ ଥିବା ସହ କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅଭିଯୋଗ ହୋଇଛି । ଦୋକାନ ବଜାର ଆଦିରେ ସାମାଜିକ ଦୂରତା ପାଳନ ହେଉ ନ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking