କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ

କଟକ : କଟକ ରେଲୱେ ଷ୍ଟେସନରେ ଘଟିଛି ବଡ ଅଘଟଣ। ଭୁଶୁଡ଼ିଲା ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିବା ନେଇ ମିଳିଛି ସୂଚନା। ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଥିବା ଜଣାପଡିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ଅଘଟଣ ଯୋଗୁଁ କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। … Continue reading କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ