39.1 C
Bhubaneswar
Wednesday, April 24, 2024
Homeଓଡିଶାଟ୍ରମ୍ପଙ୍କ ଭାଷଣର କିଛି ଅଂଶ

ଟ୍ରମ୍ପଙ୍କ ଭାଷଣର କିଛି ଅଂଶ

ଅହମଦାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଙ୍କ ଅଭିଭାଷଣରେ କହିଥିଲେ ମୁଁ ଆଜକୁ ୫ମାସ ତଳେ ଆମେରିକା ଯାଇ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ଆଜି ମୋର ବନ୍ଧୁ ଟ୍ରମ୍ପ ସପରିବାରେ ଅହମ୍ମଦାବାଦ ଆସିଛନ୍ତି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଅଭିଭାଷଣ ରଖିବା ପାଇଁ ଅନୁରୋଧ କରିଥିଲେ । ମୋଟରା ଷ୍ଟାଡ଼ିୟମ ସାରା ନମସ୍ତେ ଟ୍ରମ୍ପ ନମସ୍ତେ ଟ୍ରମ୍ପରେ ଫାଟି ପଡୁଥିଲା । ଷ୍ଟାଡିମୟରେ ଉପସ୍ଥିତ ଥିବା ଦେଢ଼ ଲକ୍ଷ ଲୋକଙ୍କୁ ହିନ୍ଦୀରେ ନମସ୍ତେ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ ।
ଭାରତ ଆସିବା ଏକ ଗର୍ବର ବିଷୟ, ନରେନ୍ଦ୍ର ମୋଦୀ ଜଣେ ଚାମ୍ପିୟନ ନେତା, ଭାରତକୁ ବିକାଶ ଦିଗରେ ନେବାରେ ନରେନ୍ଦ୍ର ମୋଦୀଙ୍କର ବଡ ଅବଦାନ ରହିଛି । ମୁଁ ଓ ମୋ ପତ୍ନୀ ୮୦୦୦ ମାଇଲ ଦୂରତା ଅତିକ୍ରମ କରି ଏଠାରେ ପହଁଞ୍ଚିଛୁ । ଆମେରିକା ଭାରତର ବନ୍ଧୁ ଅଟେ, ଆମେରିକା ଓ ଆମେରିକୀୟ ମାନେ ଭାରତର ସମ୍ମାନ କରିଥାନ୍ତି ।ଏହା ପରେ ନିଜ ଅଭିଭାଷଣରେ ଟ୍ରମ୍ପ କହିଲେ ମୋତେ ଏଠାରେ ଘୋଷଣା କରିବାକୁ ଖୁସି ଲାଗୁଛି ଯେ ଆସନ୍ତା କାଲି ନୂଆ ଦିଲ୍ଲୀରେ ଦୁଇ ଦେଶର ପ୍ରତିନୀଧି ମାନଙ୍କ ମଧ୍ୟରେ ୩ ବଲିୟନ ଡ଼ଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣା ବିକା ନେଇ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷାରିତ ହେବ ।
ଇସଲାମ ଆତଙ୍କବାଦକୁ ଟାର୍ଗେଟ କରି ରାଷ୍ଟ୍ରପତି ଟ୍ରମ୍ପ କହିଲେ ଇସଲାମ ଆତଙ୍କବାଦୀ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ହିଂସାକାଣ୍ଡରୁ ନିଜ ଦେଶର ନାଗରିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦୁଇ ଦେଶ ସବୁବେଳେ ମଶିକି କାମ କରିବ ।ଭାରତର ରାଷ୍ଟ୍ରପତି ନରେନ୍ଦ୍ର ମୋଦୀ କେବଳ ଗୁଜୁରାଟର ଗୌରବ ନୂହେଁ ସେ ସମଗ୍ର ଭାରତର ଗର୍ବ । ତା ଙ୍କ ଜୀବନି ହିଁ ଦର୍ଶାଉଛି ଯଦି ଇଚ୍ଛା ଶକ୍ତିଥିବ ତେବେ ଜଣେ ଲକ୍ଷ୍ୟ ହାସଲ କରିବାର ସକ୍ଷମ ହୋଇପାରିବ । କଠୋର ପରିଶ୍ରମ ଓ ନିଷ୍ଠା ସାହାର‌୍ୟ୍ୟରେ ଭାରତୀୟ ମାନେ ଯେକୌଣସି ବି ଲକ୍ଷ୍ୟ ହାସଲ କରିପାରିବେ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking