29.1 C
Bhubaneswar
Friday, February 7, 2025
Homeଖେଳଈଶାନ୍ ଓ ହାର୍ଦ୍ଦିକଙ୍କୁ ରୋହିତ ଶର୍ମାଙ୍କ କଡ଼ା ସଙ୍କେତ

ଈଶାନ୍ ଓ ହାର୍ଦ୍ଦିକଙ୍କୁ ରୋହିତ ଶର୍ମାଙ୍କ କଡ଼ା ସଙ୍କେତ

ରାଞ୍ଚି : ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ୍‌ରେ ବିଜୟ ପରେ ପ୍ରେସ୍ କନ୍‌ଫରେନ୍ସରେ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବୟାନ୍‌ରେ ବିନା ନାମ ନେଇ ଈଶାନ୍ କିଶନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଡ଼ା ସଙ୍କେତ ଦେଇଛନ୍ତି । ସେହିପରି ଟେଷ୍ଟ୍ କ୍ରିକେଟ୍‌କୁ ପ୍ରାଧାନ୍ୟ ଦେଉନଥିବା ଖେଳାଳିମାନଙ୍କୁ ମଧ୍ୟ ସେ ଇଙ୍ଗିତ ଇଙ୍ଗିତରେ କଡ଼ା ପ୍ରହାର କରିଛନ୍ତି । ରାଞ୍ଚି ଟେଷ୍ଟରେ ବିଜୟ ସତ୍ତ୍ୱେ ରୋହିତ ଯାହା ସବୁ କହିଛନ୍ତି, ଭାରତୀୟ ଟିମ୍‌ର ଭବିଷ୍ୟତ ଦୃଷ୍ଟିରୁ ଏଥିରୁ ବହୁ ଅର୍ଥ ବାହାର କରାଯାଇପାରେ । ବିଜୟ ପରେ ରୋହିତ ମୁକ୍ତ କଣ୍ଠରେ ସର୍ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌, ଆକାଶ ଦୀପଙ୍କ ପରି ଯୁବ ପ୍ରତିଭାଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଟେଷ୍ଟ୍ ସବୁଠୁ କଷ୍ଟକର ଫର୍ମାଟ୍ ଏବଂ ଏଥିରେ ସର୍ବାଧିକ ପ୍ରରିଶ୍ରମ କରିବାକୁ ପଡ଼ିଥାଏ ।

କିନ୍ତୁ ଯେଉଁ ଖେଳାଳିଙ୍କର କ୍ଷୁଧା ନାହିଁ, ସେମାନଙ୍କୁ ଖେଳାଇବାରେ ଲାଭ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଖେଳାଳି ଟିମ୍‌ରେ ନାହାନ୍ତି, ଡ୍ରେସିଂ ରୁମ୍‌ର ଅଙ୍ଗ ନାହାନ୍ତି । ଆମକୁ ଏପରି ଖେଳାଳିଙ୍କ ଆବଶ୍ୟକତା ରହିଛି, ଯିଏ ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ଟିମ୍‌ର ପ୍ରଦର୍ଶନକୁ ଗୁରୁତ୍ୱ ଦେଇଥାନ୍ତି । ଯୁବ ଖେଳାଳି ସେମାନଙ୍କ କାମ ଏବଂ ଦାୟିତ୍ୱ ନିଖୁଣ ଭାବେ ତୁଲାଇଛନ୍ତି । ଯେତେବେଳେ ଅନୁଭବହୀନ ଖେଳାଳି ଏପରି ପ୍ରଦର୍ଶନ କରିଥାନ୍ତି, ସେତେବେଳେ ବହୁ ଗର୍ବ ଅନୁଭବ ହୁଏ ।

ଟେଷ୍ଟ୍ କ୍ରିକେଟ୍ ଅଲଗା ଅଲଗା ପ୍ରକାରର ଆହ୍ୱାନ ଥାଏ, ବିଭିନ୍ନ ପ୍ରକାର ଚାପ ଥାଏ । କିନ୍ତୁ ଏହି ଯୁବ ଖେଳାଳିମାନେ ପୂରା ସିରିଜ୍‌ରେ ଯେପରି ଚାପର ସମ୍ମୁଖୀନ ହୋଇଛନ୍ତି, ତାହା ଚମତ୍କାର । ଏହା ମଧ୍ୟରେ ରୋହିତ ଏହା ମଧ୍ୟ କହିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ବହୁ ୟଙ୍ଗ୍ ଏବଂ ଏହି ଫର୍ମରେ ସେମାନେ ଆଗାମୀ ୫-୧୦ ବର୍ଷ ନିୟମିତ ରୂପେ ଖେଳୁଥିବା ଦେଖିବାକୁ ପାଇବେ । ସିରିଜ୍‌ରେ ୬୫୫ ରନ୍ ସଂଗ୍ରହ କରିସାରିଥିବା ଯଶସ୍ୱୀ ଜୟସ୍ୱାଲ୍‌ଙ୍କ ସମ୍ପର୍କରେ ରୋହିତ କହିଛନ୍ତି ସେ ବହୁ ଚମତ୍କାର ଖେଳୁଛନ୍ତି । ଟିମ୍‌କୁ ୟଙ୍ଗ୍‌ଷ୍ଟର୍ସ ପରିବେଶ ମିଳୁ ଏବଂ ଆମେ ଏହି ଖେଳାଳିଙ୍କ ସହିତ ଆମେ ଏହା ହିଁ କରିବାକୁ ଚାହୁଁଛୁ । ଏମାନଙ୍କ ମଧ୍ୟରୁ ଅନେକ ବହୁ ବିନମ୍ର ଏବଂ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ଏହାକୁ ମଧ୍ୟ ସେମାନେ ନିଜ ଖେଳରେ ଆପଣାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking