ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ରେ ୫୩ ରନ୍ର ଇନିଂସ୍ ଖେଳିବା ସହ ବିଶ୍ୱକ୍ରିକେଟରେ ନୂଆ କି୍ର୍ତ୍ତି ସ୍ଥାପନ କରିଛନ୍ତି । ସେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିଛନ୍ତି । ଏହାକରିବାରେ ରୋହିତ ଷଷ୍ଠ ଭାରତୀୟ ବ୍ୟାଟର । ଏହାସହ ସେ ବିଶ୍ୱର ଦ୍ୱିତୀୟ ଦୃତତମ ମଧ୍ୟ । ଅନ୍ୟତମ ଭାରତୀୟ ବ୍ୟାଟର ବିରାଟ କୋହଲି ଦ୍ରୁତତମ କ୍ରିଟେକର ଭାବେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କ୍ଲବରେ ସାମିଲ ହୋଇଥିଲେ । ରୋହିତ ଏହି ସଫଳତା ପାଇଁ ୨୪୧ଟି ଇନିଂସ୍ ଖେଳିଥିବା ବେଳେ ବିରାଟ ୨୦୫ଟି ଇନିଂସ୍ରେ ୧୦ ହଜାର ରନ୍ ପୂବଣ କରିଥିଲେ ।
ଦିନିକିଆ କ୍ରିକେଟରେ ରୋହିତ ଏବେ ବିଶ୍ୱର ୧୫ତମ ଖେଳାଳି ଭାବେ ଏହି କ୍ଲବରେ ସାମିଲ ହୋଇଛନ୍ତି । କିମ୍ବଦନ୍ତି ବ୍ୟାଟର ସଚିନ୍ ତେନ୍ଦୁଲକର ୧୮୪୨୬ ରନ୍ ସହ ସର୍ବାଗ୍ରେ ରହିଥିବା ବେଳେ ଅନ୍ୟଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ୧୩୦୨୪, ସୌରଭ ଗାଙ୍ଗୁଲି ୧୧୩୬୩, ରାହୁଲ ଦ୍ରାବିଡ୍ ୧୦୮୮୯ ଓ ମହେନ୍ଦ୍ର ସିଂ ଧୋନି ୧୦୭୭୩ ରନ୍ ସଂଗ୍ରହ କରି ଏହି ତାଲିକାରେ ରହିଛନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଶ୍ରୀଲଙ୍କାର କୁମାର ସାଙ୍ଗକରା ୧୪୨୩୪, ସନଥ ଜୟସୂରିୟା ୧୩୪୩୦, ମାହେଲା ଜୟବର୍ଦ୍ଧନେ ୧୨୬୫୦, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୩୭୦୪, ପାକିସ୍ତାନର ଇଞ୍ଜାମାମ ଉଲ ହକ୍ ୧୧୭୩୯, ସାଉଥ୍ ଆଫ୍ରିକାର ଜ୍ୟାକ କାଲିସ୍ ୧୧୫୭୯, ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ ୧୦୪୮୦ ଓ ବ୍ରାଏନ୍ ଲାରା ୧୦୪୦୫ ରନ୍ ସଂଗ୍ରହ କରି ରହିଛନ୍ତିି ।