37.1 C
Bhubaneswar
Thursday, March 28, 2024
Homeଓଡିଶା୩ ବର୍ଷ ପରେ ଘରକୁ ଫେରିଲା ଦିବ୍ୟାଙ୍ଗ ରୋହନ

୩ ବର୍ଷ ପରେ ଘରକୁ ଫେରିଲା ଦିବ୍ୟାଙ୍ଗ ରୋହନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଚାଇଲ୍ଡ ଲାଇନର ପ୍ରୟାସରେ ରାୟପୁରର ଏକ ଦିବ୍ୟାଙ୍ଗ ନାବାଳକ (ମୁକ, ବଧିର) ୩ ବର୍ଷ ପରେ ନିଜର ଜନ୍ମଭୂମିକୁ ଫେରିଛନ୍ତି । ନାବାଳକ ଜଣକ ଛତିଶଗଡ଼ ରାଜ୍ୟ ରାୟପୁର ଖମାତରାଇ ବାସିନ୍ଦା ରାଜାରାମ ସୋନାଙ୍କ ପୁଅ ରୋହନ ସୋନା(୧୭) । ସେ ୩ ବର୍ଷ ପୂର୍ବେ ହଜି ଯାଇ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିଲେ । ସେହି ଦିନଠାରୁ ଚାଇଲ୍ଡ ଲାଇନ ବହୁ ପ୍ରୟାସ କରି ତାଙ୍କ ଠିକଣା ଖୋଜିବା ସହ ଆଜି ୩ ବର୍ଷ ପରେ ଶିଶୁ ମଙ୍ଗଳ କମିଟି ଉପସ୍ଥିତିରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ପରିବାର ଲୋକେ ପୁଅକୁ ଫେରି ପାଇ ଚାଇଲ୍ଡଲାଇନକୁ ଧନ୍ୟବାଦ ଦେଇଛନ୍ତି । ଆଜି ଦିବ୍ୟାଙ୍ଗ ରୋହନ ଆଖି ସାମ୍ନାରେ ନିଜ ବାପା ଓ ମାମୁଙ୍କୁ ପାଇଁ ଖୁସିରେ କାନ୍ଦି ପକାଇଥିଲେ । ସେ ଠାର ସାହାଯ୍ୟରେ ନିଜ ବାପାକୁ ଅନେକ କିଛି କହିଥିଲେ । ବାପ ପୁଅର ମିଳନ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା । ରୋହନଙ୍କ ବାପା, ମାମୁ ଓ ସ୍ଥାନୀୟ ପୁଲିସ ଆଜି ଝାରସୁଗୁଡ଼ା ଆସି ଚାଇଲ୍ଡ ଲାଇନ ଓ ଶିଶୁ ମଙ୍ଗଳ କମିଟି ଉପସ୍ଥିତିରେ ରୋହନଙ୍କୁ ଘରକୁ ନେଇଛନ୍ତି । ରୋହନ କେମିତି ହଜି ଯାଇଥିଲେ ବୋଲି ପଚାରିବାରୁ ତାଙ୍କ ବାପା କହିଛନ୍ତି ସେ ପାର୍କକୁ ପ୍ରତିଦିନ ସକାଳୁ ବୁଲିବାକୁ ଯାଇଥିଲେ । ହେଲେ ଗତ ୨୦୧୭ ମସିହା ଜୁଲାଇ ୭ ତାରିଖରେ ପାର୍କକୁ ବୁଲିବାକୁ ଗଲାପରେ ଆଉ ଘରକୁ ଫେରି ନଥିଲେ । ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ସ୍ଥାନୀୟ ଥାନାରେ ରୋହନଙ୍କ ନିଖୋଜ ହେବାର ଅଭିଯୋଗ ମଧ୍ୟ କରିଥିଲେ ।
ରୋହନଙ୍କୁ ଗତ ୨୦୧୭ ମସିହା ଜୁଲାଇ ୭ ତାରିଖରେ ଚାଇଲ୍ଡ ଲାଇନ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ହେଲେ ସେ ମୁକ ଓ ବଧିର ହୋଇଥିବାରୁ ନିଜ ପରିଚୟ ତଥା ଘର ଠିକଣା କହିପାରି ନଥିଲେ । ଫଳରେ ଚାଇଲ୍ଡ ଲାଇନ ତାଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥିତ କରିଥିଲା । ଶିଶୁ ମଙ୍ଗଳ କମିଟି ରୋହନଙ୍କୁ ଝାରସୁଗୁଡ଼ା ବୃନ୍ଦାମାଳସ୍ଥିତ ଉତ୍କଳ କଲ୍ୟାଣ ସେବା ସଂଘରେ ଅସ୍ଥାୟୀ ଆଶ୍ରୟ ଓ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରିଥିଲା । ସେହି ଦିନଠାରୁ ରୋହନ ସେଠାରେ ରହି ଆସୁଥିଲେ । ନିଜ ପରିବାର ବର୍ଗଙ୍କୁ ମନେ ପକାଉଥିଲେ ହେଁ ସେ କାହାକୁ କିଛି କହି ପାରୁ ନଥିଲେ । ଏକ ଅଜଣା ସହରରେ ମା’ ବାପାଙ୍କ ଠାରୁ ୩ ବର୍ଷ କାଳ ଦୂରରେ ରହିବାକୁ ସେ ବାଧ୍ୟ ହୋଇଥିଲେ । ତେବେ ତାଙ୍କ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୮ ମସିହାରେ ପ୍ରୟାସ କରିଥିଲେ । ହେଲେ ସେ ସମୟରେ ତାଙ୍କ ଆଧାର କାର୍ଡ ପ୍ରସ୍ତୁତ ହୋଇ ପାରିନଥିଲା । ଫଳରେ ୨୦୧୯ ମସିହା ଡିସେମ୍ବର ମାସରେ ପୁଣି ଥରେ ବିଦ୍ୟାଳୟ କର୍ତ୍ତୃପକ୍ଷ ରୋହନଙ୍କ ଆଧାରକାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କଲେ । ଏଥିପାଇଁ ଝାରସୁଗୁଡା ଚାଇଲ୍ଡ ଲାଇନ ଓ ଶିଶୁ ମଙ୍ଗଳ କମିଟିର ଆଧାର କାର୍ଡ ପ୍ରସ୍ତୁତ କରୁଥିବା ଇୟୁଆଇଡିଆଇ ହାଇଦ୍ରାବାଦ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ ।
ତେବେ ରୋହନଙ୍କ ଫିଙ୍ଗର ପ୍ରିଣ୍ଟ୍ ଯୋଗେ ସେ ରାୟପୁରର ରାଜାରାମଙ୍କ ପୁଅ ଓ ତାଙ୍କ ଠିକଣା ଆଧାରକାର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଜଣାପଡ଼ିଥିଲା । ରୋହନଙ୍କ ଠିକଣା ମିଳିବା ପରେ ବୁଧବାର ଝାରସୁଗୁଡ଼ା ଚାଇଲ୍ଡ ଲାଇନ କୋ-ଅର୍ଡିନେଟର ଆଶିଷ ପଣ୍ଡା ରାୟପୁର ଚାଇଲ୍ଡ ଲାଇନ କୋ-ଅର୍ଡିନେଟର ସହ ସମ୍ପର୍କ କରି ରୋହନଙ୍କ ଠିକଣାରେ ଯୋଗାଯୋଗ କରିବା ପାଇଁ କହିଥିଲେ । ରାୟପୁର ଚାଇଲ୍ଡ ଲାଇନ ସଂସ୍ଥା ରୋହନଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ତାଙ୍କ ପୁଅ ଝାରସୁଗୁଡ଼ାରେ ଥିବା କହିଥିଲେ । ଏହା ଶୁଣି ତାଙ୍କ ପରିବାର ବର୍ଗ ଓ ସ୍ଥାନୀୟ ପୁଲିସ ଗୁରୁବାର ଝାରସୁଗୁଡ଼ା ଆସି ରୋହନଙ୍କୁ ଘରକୁ ନେଇଥିଲେ । ଏହାସହ ଝାରସୁଗୁଡ଼ା ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ କମିଟି ଓ ଉତ୍କଳ କଲ୍ୟାଣ ସେବା ସଂଘକୁ ରୋହନଙ୍କ ପରିବାର ଲୋକେ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking