28.1 C
Bhubaneswar
Thursday, March 28, 2024
Homeଓଡିଶାଘରୁ ମୋବାଇଲ ଚୋରି କଲେ, ଫୋନ୍‌ ପେ’ରୁ ୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଲେ...

ଘରୁ ମୋବାଇଲ ଚୋରି କଲେ, ଫୋନ୍‌ ପେ’ରୁ ୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଲେ ଦୁର୍ବୃତ୍ତ…

ଭୁବନେଶ୍ୱର: ପ୍ରଥମେ ମୋବାଇଲ୍‌ ଚୋରି କରି ନେଇଗଲେ । ସେଥିରେ ଥିବା ଫୋନ୍‌ ପେ’ ଆପ୍‌ ମାଧ୍ୟମରେ ୨ ଲକ୍ଷ ୧୫ ହଜାର ଟଙ୍କା ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଠକାମିର ଶିକାର ଡେଲ୍‌ଟା ଛକ ନିକଟରେ ରହୁଥିବା ଦିଲ୍ଲୀପ କୁମାର ଅତିବୁଦ୍ଧି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ, ଦିଲ୍ଲୀପ ଗତ ୨୯ ତାରିଖ ପୂର୍ବାହ୍ନରେ ଘରେ ମୋବାଇଲ ରଖି ମାର୍କେଟିଂରେ ଯାଇଥିଲେ । ଫେରିବା ବେଳକୁ ତାଙ୍କ ମୋବାଇଲ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ଏକ ନୂଆ ମୋବାଇଲ କିଣିବା ସହ ନୂଆ ସିମ ପକାଇଥିଲେ । ପରେ ସେ ଜାଣିବାକୁ ପାଇଥିଲେ, ତାଙ୍କ ମୋବାଇଲ ଚୋରି କରିଥିବା ଦୁର୍ବୃତ୍ତ ଫୋନ୍‌ ପେ’ ମାଧ୍ୟମରେ ତାଙ୍କ ଆକାଉଣ୍ଟ୍‌ରୁ ୨ ଲକ୍ଷ ୧୫ ହଜାର ଟଙ୍କା ଉଠାଇ ନେଇଛନ୍ତି । ସେ ତାଙ୍କ ଘର ନିକଟରେ ଥିବା ଏକ ଗ୍ୟାରେଜର ପିଲାମାନେ ମୋବାଇଲ ଚୋରି କରି ଏଭଳି ଠକେଇ କରିଥିବା ସନ୍ଦେହ କରୁଛନ୍ତି । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking