26.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶଏଲ୍‌ଆଇସି ଆଇପିଓ ଉପରେ ରୋକ୍ ମାମଲା: ଅନ୍ତରୀଣ ସୁରକ୍ଷାକୁ ମନାକଲେ ସର୍ବୋଚ୍ଚ କୋର୍ଟ

ଏଲ୍‌ଆଇସି ଆଇପିଓ ଉପରେ ରୋକ୍ ମାମଲା: ଅନ୍ତରୀଣ ସୁରକ୍ଷାକୁ ମନାକଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ଏଲ୍‌ଆଇସି ଆଇପିଓ ଲଞ୍ଚ ମାମଲାରେ ସରକାରଙ୍କ ପାଇଁ ଆଶ୍ୱସ୍ତିର ବିଷୟ । ଏଲ୍‌ଆଇସି ଆଇପିଓ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆଗତ କରା ଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି କୋର୍ଟ । ଆଇପିଓକୁ ନେଇ କୌଣସି ପ୍ରକାର ଅନ୍ତରୀଣ ରିହାତି ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ, ସୂର୍ଯ୍ୟକାନ୍ତ ଏବଂ ପି ଏସ୍ ନରସିଂହଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରାୟ ୭୩ ଲକ୍ଷ ଲୋକ ବର୍ତ୍ତମାନ ଯାଏଁ ଆବେଦନ କରିଥିବା ବେଳେ ଏହାକୁ ଖାରଜ କରିବା ଅସମ୍ଭବ ବ୍ୟାପାର ବୋଲି କହିଛନ୍ତି କୋର୍ଟ ।

ସରକାରଙ୍କ ପକ୍ଷରୁ ୧୬.୨୦ କୋଟି ଶେୟାର ବିକ୍ରି ପାଇଁ ଉପଲବ୍ଧ ଥିବା ବେଳେ ୪୭.୭୬ କୋଟି ସବସ୍କ୍ରିପସନ୍ ରହିଛି । ଏଥିରୁ ସରକାରଙ୍କୁ ପ୍ରାୟ ୨୧ ହଜାର କୋଟି ଟଙ୍କା ମିଳିବ । ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ୧୫,୮୧,୨୪୯ଟି ଶେୟାର ସଂରକ୍ଷିତ ରଖାଯାଇଥିବା ବେଳେ ପଲିସି ହୋଲ୍ଡରଙ୍କ ପାଇଁ ୨,୨୧,୩୭,୪୯୨ଟି ଶେୟାର ସଂରକ୍ଷିତ ରଖାଯାଇଥିଲା । ରିଟେଲ୍ ଇନଭେଷ୍ଟରଙ୍କ ପକ୍ଷରୁ ୧.୯୯ ଗୁଣା ବୁକିଂ କରାଯାଇଥିବା ବେଳେ ନନ୍ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପକ୍ଷରୁ ୨.୯୧ ଗୁଣା ବୁକିଂ ହୋଇଛି । ପଲିସି ହୋଲ୍ଡରଙ୍କ ପକ୍ଷରୁ ସର୍ବାଧିକ୬.୧୧ ଗୁଣା ଏବଂ କର୍ମଚାରୀଙ୍କ ପକ୍ଷରୁ ୪.୩୯ ଗୁଣା ବୁକିଂ କରାଯାଇଛି ।

ଆଇପିଓ ମୂଲ୍ୟ ୯୦୨-୯୪୯ ଟଙ୍କା ରହିଥିବା ବେଳେ ପଲିସି ହୋଲ୍ଡର ମାନଙ୍କୁ ୬୦ ଟଙ୍କାର ରିହାତି ଏବଂ କର୍ମଚାରୀଙ୍କୁ ୪୫ ଟଙ୍କାର ରିହାତି ପ୍ରଦାନ କରାଯାଉଛି । ନିବେଶକ ମାନେ ଗୋଟିଏ ଲଟରେ ସର୍ବାଧିକ ୧୫ଟି ଶେୟାର କ୍ରୟ କରିପାରିବେ । ଏହାର ସର୍ବାଧିକ ମୂଲ୍ୟ ୧୪୨୩୫ ଟଙ୍କା ରହିବ । ମେ ୪ ତାରିଖରୁ ୯ ତାରିଖ ଯାଏଁ ଏହି ଆଇପିଓ ଲଞ୍ଚ ହୋଇଥିବା ବେଳେ ଏହା ପ୍ରାୟ ୩ ଗୁଣ ଅଧିକ ସବସ୍କ୍ରାଇବ୍ ହେବା ସହିତ ନିବେଶକଙ୍କ ପ୍ରଥମ ପସନ୍ଦର ଶେୟାର ରହିଛି । ଆସନ୍ତା ୧୭ ତାରିଖରେ ଶେୟାର ବଜାରରେ ଏହାର ଲିଷ୍ଟିଂ ହେବ । ପ୍ରଥମ ଦିନର ଆଇପିଓ ଲଞ୍ଚରେ ଆଇପିଓର ୬୨ ପ୍ରତିଶତ ସବ୍‌ସ୍କ୍ରିପ୍‌ସନ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଏହା ଶତ ପ୍ରତିଶତ ସବସ୍କ୍ରାଇବ୍ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking