ଢେପଗୁଦା ଜଙ୍ଗଲରେ ଡକାୟତି ହତ୍ୟା ମାମଲା; ୮ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଜଙ୍ଗଲଠାରେ ଏକ ଗାଡି ଡ୍ରାଇଭର ଙ୍କୁ ହତ୍ୟା ଡକାୟତି ଘଟଣାରେ ବିଶ୍ୱନାଥପୁର ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଗତ ୨୩ ତାରିଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଆନ୍ଦ୍ରପ୍ରଦେଶ ଠାରୁ ଝାରସୁଗୁଡା ଯାଉଥିବା ବେଳେ ରାତ୍ର ୮ ଘଣ୍ଟା ସମୟରେ ଢେପଗୁଡା ଜଙ୍ଗଲରେ ବ୍ରେକ ଫେଲ ଯୋଗୁଁ ରାସ୍ତା କଢ଼ରେ ଏକ ଗଛରେ ପିଟିହୋଇ ଯାଇଥିଲା ସେହି ସମୟରେ ୮ ଜଣ ଦୁର୍ବୁତ୍ତ ଢେପଗୁଡା ଜଙ୍ଗଲରେ ଡକାୟତି କରିବା ଉଦେଶ୍ୟ ରାତି ୧୨ ଟାରେ ଯାଇ ଦେଖିଲେ ଜଙ୍ଗଲରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ିରେ ଡ୍ରାଇଭର ଙ୍କୁ ଟଙ୍କା ମାଗିଲେ ଟଙ୍କା ନ ଥିବା କହିବାରୁ ବହୁତ ମାଡ଼ ମାରିଥିଲେ ଫଳରେ ହେଲ୍ପର ଜୀବନ ଭୟରେ ଜଙ୍ଗଲ ଭିତରକୁ ଦୌଡ଼ିକି ପଳାଇ ଯାଇଥିଲ ଡ୍ରାଇଭର ମଧ୍ୟ ଦୌଡ଼ିକି ଗଲା ବେଳେକୁ ଧରିଥିଲେ। ମାଡ ମାରି ଏକ ଟ୍ରକ ଆସୁଥିବା ବେଳେ ଟ୍ରକ ସାମ୍ନା ରେ ଫିଙ୍ଗି ଦେଇଥିଲେ ଯାହା ଫଳରେ ଡ୍ରାଇଭର ମୃତ୍ୟୁ ହୋଇଥିଲା ପରଦିନ ଗାଡି ହେଲ୍ପର କହିବା ଅନୁଯାୟୀ ବିଶ୍ୱନାଥପୁର ପୁଲିସ ଏକ ମାମଲା ରୁଜୁ କରି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ଓ କେସିଙ୍ଗା ଏସ୍ଡିପିଓ ଗୁପ୍ତେଶ୍ଵର ଭୋଇଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଓ ତଦନ୍ତ କରି ଅଫିସର ସବନିଷ୍ପେକଟର ଯୁଜିଷ୍ଟିର ଗରଡ଼ାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରହିଥିଲା।ଏହି ଘଟଣାର ୮ ଜଣ ଡ଼କାୟତଙ୍କୁ ପୋଲିସ ଗିରଫ୍ କରିଥିଲା ଡକାୟତି ମାନଙ୍କଠାରୁ ଗୋଟିଏ ବ୍ୟବହାର କରିଥିବା ବୋଲେରୋ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଖଣ୍ଡା ଓ ଦୁଇଟି ଚୋରି ହୋଇଥିବା ବେଟେରୀ ଜବତ କରିଥିଲେ।ଆଜି ୮ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here