27.1 C
Bhubaneswar
Thursday, April 25, 2024
Homeଓଡିଶାସଡକ ସୁରକ୍ଷା ସଚେତନତା ସପ୍ତାହ ଉଦଯାପିତ

ସଡକ ସୁରକ୍ଷା ସଚେତନତା ସପ୍ତାହ ଉଦଯାପିତ

ବଲାଙ୍ଗୀର : ଜନସଂଖ୍ୟା ବୃଦ୍ଧି ଦ୍ୱାରା ଜୀବନର ଗତି ବଢିଛି । ତା ସହିତ ତାଳ ଦେଇ ବଢିଛି ଗାଡି ଓ ସଡକ ଦୁର୍ଘଟଣା । ଲୋକେ ନିଜେ ସଚେତନ ହେବାକୁ ନ ଚାହିଁବା ପର୍ଯ୍ୟନ୍ତ କେହି କାହାକୁ ସଚେତନ କରିପାରିବ ନାହିଁ । ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତଥା ନିଜର ତଥା ପରିବାରର ସୁରକ୍ଷା ଓ ଭବିଷ୍ୟତ କୁ ଆଖି ଆଗରେ ରଖି ଲୋକେ ସଡକରେ ଜୀବନର ସୁରକ୍ଷା କଥା ଚିନ୍ତା କରିବା ଦରକାର । ସମାଜର ପ୍ରଭାବଶାଳୀ ବର୍ଗ ଏହି ସଚେତନତାରେ ଅଂଶୀଦାର ହେଲେ ଯାଇ ସଡକ ସୁରକ୍ଷାର ଉଦ୍ଦେଶ୍ୟ ସାଧିତ ହୋଇପାରିବ । ତେଣୁ ଛାତ୍ରଛାତ୍ରୀମାନଙ୍କ ଠାରୁ ପରିବାରର ବୟୋଜ୍ୟେଷ୍ଟ ପର୍ଯ୍ୟନ୍ତ ସମସ୍ତେ ସ୍ୱସଚେତନତାର ବାର୍ତ୍ତା ସମାଜକୁ ଦିଅନ୍ତୁ ବୋଲି କୁହାଯାଇଛି ବଲାଙ୍ଗୀର ଆଂଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ୩୧ ତମ ସଡକ ସୁରକ୍ଷା ସଚେତନତା ସପ୍ତାହ ଉଦଯାପନୀ ଅବସରରେ ସାଇଟ ସଦାଇପାଲିଠାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପରିକ୍ଷିତ ସେଠି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷି ଅଧିକ୍ଷକ ଦିଲିପ କୁମାର ପଟେଲ, ଡିଏସ୍‌ପି ସୁମନ ରଂଜିତା ସିଂ, ଡ. ସିଦ୍ଧେଶ୍ୱର ମିଶ୍ର ଯୋଗଦେଇ ସଡକ ସୁରକ୍ଷା ସଂପର୍କରେ ବକ୍ତବ୍ୟ ଦେବା ସହିତ ସଚେତନତା ସଂପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ସାମ୍ବାଦିକ ସନ୍ଦିପ କୁମାର କୁଅଁରଙ୍କର ସଭାପରିଚାଳନା ତଥା ସଂଯୋଜନା କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା । ଜୁନିୟର ଚିତ୍ରାଙ୍କନରେ ପୁଜ୍ୟାସିରନ ପ୍ରଧାନ ପ୍ରଥମ, ପ୍ରଜକ୍ତା ବାରିକ ଦ୍ୱିତୀୟ ଓ ଇସ୍ପିତା ପ୍ରିୟଦର୍ଶନି ତୃତୀୟ, ସିନିୟର ଚିତ୍ରାଙ୍କନରେ ଗତନ ସାମଲ ପ୍ରଥମ, ଶ୍ୟାମ ସାହାଣୀ ଦ୍ୱିତୀୟ, ସାଶ୍ୱତ ସ୍ୱରୁପ ଶତପଥି ତୃତୀୟ, ସେହିପରି ସ୍ଳୋଗାନ ପ୍ରବନ୍ଧରେ ଜୁନିୟର ଲୋପାମୁଦ୍ରା ମିଶ୍ର ପ୍ରଥମ, ସୋନାସ୍କି ପାଢ଼ୀ ଦ୍ୱିତୀୟ, ଜଳସା ନାଏକ ତୃତୀୟ(ରାଜ୍ୟସ୍ତରୀୟରେ ତୃତୀୟସ୍ଥାନ ଅଧିକାର କରିଛନ୍ତି) ସିନିୟର ସ୍ଳୋଗନ ପ୍ରବନ୍ଧ ଅଙ୍କିତା ପ୍ରିୟଦର୍ଶନି ଧରୁଆ, ଗୌତମ ସାମଲ ଦ୍ୱିତୀୟ, ଆରିୟନ ସାମଲ ତୃତୀୟ ସ୍ଥାନ ଅଧିକାର କରିଥିବା ଶ୍ରେଷ୍ଟ ତିନିଜଣ ପ୍ରତିଯୋଗୀଙ୍କୁ ମଂଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking