39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୩୩ ସେକେଣ୍ଡରେ ରୋଡ୍ ରୋମିଓକୁ ୨୬ ଥର ଛେଚଲେ

୩୩ ସେକେଣ୍ଡରେ ରୋଡ୍ ରୋମିଓକୁ ୨୬ ଥର ଛେଚଲେ

କାନପୁର: ଗାଳିଗୁଲଜ କରିବା ହେଲା ମହଙ୍ଗା | ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନାମନେଲା ରୋଡ ରୋମିଓ | ସ୍ଥାନୀୟ ବିଠୁର ଥାନାର ଜଣେ ମହିଳା କନେଷ୍ଟବଳ ରୋଡ୍‌ ରୋମିଓକୁ ବିଚ୍‌ ରାସ୍ତାରେ ଜୋତାରେ ନିର୍ଧୂମ ଛେଚିଛନ୍ତି । ଉତ୍ତର ପ୍ରଦେଶର କାନପୁର ସହରରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।
ତେବେ ସୂଚନା ଅନୁସାରେ ବିଠୁର ଅଞ୍ଚଳରେ ଥିବା ଏକ ମହିଳା କଲେଜ ନିକଟରେ ଜଣେ ରୋଡ୍‌ ରୋମିଓ ଛାତ୍ରୀଙ୍କୁ ପ୍ରତିଦିନ ହଇରାଣ କରୁଥିଲା । ଏହି ସମୟରେ ଆଣ୍ଟି ରୋମିଓ ସ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ସେହି ରୋଡ଼ ରୋମିଓକୁ ଜୋତାରେ ବାଡ଼େଇଥିଲେ। ରୋଡ୍ ରୋମିଓକୁ ମହିଳା କନେଷ୍ଟବଳ ୩୩ ସେକେଣ୍ଡରେ ୨୬ ଥର ଜୋତା ପ୍ରହାର କରିଥିଲେ। ଧାରା ୨୯୪ ଅନୁସାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking