31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଖଟିଆରେ ବୁହାହେଲେ ଗର୍ଭବତୀ : ଖୋଲାଆକାଶ ତଳେ କଲେ ପ୍ରସବ

ଖଟିଆରେ ବୁହାହେଲେ ଗର୍ଭବତୀ : ଖୋଲାଆକାଶ ତଳେ କଲେ ପ୍ରସବ

ଝରିଗାଁ : ରାସ୍ତା ଖରାପ ଯୋଗୁଁ ଘରପାଖରେ ପହଞ୍ôଚ ପାରିଲାନି ଆମ୍ବୁଲାନ୍ସ । ଫଳରେ ଅଧାରାସ୍ତାରେ ଜଣେ ଗର୍ଭବତୀ ଏକ ଶିଶୁପୁତ୍ରକୁ ପ୍ରସବ କରିଥିବାର ଏକ ଅଭାବନୀୟ ଘଟଣା ଆଜି ଝରିଗାଁରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଝରିଗାଁ ସଦର ମହକୁମାଠାରୁ ମାତ୍ର ୮କି.ମି ଦୂରତ୍ୱରେ ଥିବା ମାଙ୍ଗଡଙ୍ଗରା ଗ୍ରାମର ବିଷ୍ଣୁ ସାନ୍ତାଙ୍କ ସ୍ତ୍ରୀ ପରମା ସାନ୍ତା(୨୦)ଙ୍କ ଆଜି ସକାଳ ୧୦ଟାରେ ପ୍ରସବ ବେଦନା ଆରମ୍ଭ ହେବାରୁ ପରିବାର ସଦସ୍ୟ ୧୦୨ଆମ୍ବୁଲାନ୍ସକୁ ଖବର ଦେଇ ଘରେ ଅପେକ୍ଷା କରିଥିଲେ । ଦୀର୍ଘସମୟ ପରେ ମଧ୍ୟ ଆମ୍ବୁଲାନ୍ସ ନପହଞ୍ôଚବାରୁ ପରିବାର ସଦସ୍ୟ ଯୋଗାଯୋଗ କରିବାରୁ ୧୦୨ଆମ୍ବୁଲାନ୍ସ ଗାଁ’ ଠାରୁ ୩କି.ମି ଦୂରରେ ଥିବା ମାଙ୍ଗମୁଦୁଲି ଗ୍ରାମଠାରେ ଅପେକ୍ଷା କରିଥିବାର ଡ୍ରାଇଭର ଜଣାଇଥିଲା । ଶେଷରେ ପରିବାର ସଦସ୍ୟ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ଏକ ଖଟିଆ ସାହାଯ୍ୟରେ ପରମାକୁ ବୋହି ଆଣୁଥିବାବେଳେ ମୁଣ୍ଡିଗୁଡ଼ା ଗ୍ରାମଠାରେ ପରମା ଗର୍ଭଯନ୍ତ୍ରଣା ସହ୍ୟ ନକରିପାରି କିଛିସମୟ ରହିବାକୁ କହିଥିଲେ । ତେବେ ସେଠାରେ ମୁଣ୍ଡିଗୁଡ଼ା ଗ୍ରାମ ରାସ୍ତାକଡ଼ରେ ହିଁ ପରମା ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ । ଶେଷରେ ଦୀର୍ଘ ୩କି.ମି ବୁହାଯିବା ପରେ ମାଙ୍ଗମୁଦୁଲି ଠାରୁ ୧୦୨ଆମ୍ବୁଲାନ୍ସ ଦ୍ୱାରା ଉଭୟ ମା’ ଓ ଶିଶୁପୁତ୍ରକୁ ଅପରାହ୍ନ ୪ଟାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ଡ଼ାକ୍ତର ପ୍ରକାଶ ନାୟକ ଉଭୟ ମା’ଓ ଶିଶୁର ଚିକିତ୍ସା କରି ଦୁହେଁ ସୁସ୍ଥ ଥିବା କହିଛନ୍ତି । ବିଷ୍ଣୁ ସାନ୍ତାଙ୍କ କହିବାନୁସାରେ, ଗାଁ’ରେ ରାସ୍ତାକାମ ଶେଷ ହୋଇଛି । ନୂଆମାଟି ପଡ଼ିଥିବା ଏବଂ ବର୍ଷାରେ କେତେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଗାଁ’କୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇପାରୁନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking