27.1 C
Bhubaneswar
Thursday, April 25, 2024
Homeଓଡିଶାମରଣଯନ୍ତା ପାଲଟିଛି ୫୩ ନଂ ଜାତୀୟ ରାଜପଥ

ମରଣଯନ୍ତା ପାଲଟିଛି ୫୩ ନଂ ଜାତୀୟ ରାଜପଥ

ଢେଙ୍କାନାଳ : ଭୁବନ ସହର ମଧ୍ୟଦେଇ ଯାଇଛି ୫୩ ନଂ ଜାତୀୟ ରାଜପଥ । ଏହି ରାଜପଥଟି ଚାରି ଲାଇନ ବିଶିଷ୍ଟ ରାସ୍ତା ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ତରଫରୁ ରାସ୍ତା କାର୍ଯ୍ୟ ଚାଲୁ ରହିଛି । ଭୁବନ ଅଞ୍ଚଳର ପ୍ରବେଶ ପଥ ଅନନ୍ତପୁର ଛକଠାରୁ ଥାନା ଛକ ପର୍ଯ୍ୟନ୍ତ ପ୍ରାୟ ୮ କି.ମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଥିବାରୁ ନୀତି ଦିନିଆ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ନୁତନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଲୋକମାନେ ପୂରୁଣା ରାସ୍ତାରେ ଯିବା ଆସିବା କରୁଛନ୍ତି । ମାତ୍ର ପୂରୁଣା ରାସ୍ତାଟି ଶୋଚନୀୟ ହୋଇ ପଡିବାରୁ ଯାତାୟତରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଇପାସ୍ ରାସ୍ତା ଶିଘ୍ର ନିର୍ମାଣ ହୋଇ ନଥିବାରୁ ଦୈନିକ ଶତାଧିକ କୋଇଲା ଟ୍ରକ୍ ବୋଝେଇ ଏହି ରାସ୍ତା ଦେଇ ଯିବା ଦ୍ୱାରା ରାସ୍ତା ଅତ୍ୟନ୍ତ ଖରାପ ହୋଇଛି । ଅତିତରେ ଏହି ରାସ୍ତାକୁ ନେଇ ବହୁ ଆନ୍ଦୋଳନ ହୋଇଛି । ମାତ୍ର ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ମରାମତି ହେବାର କିଛି ମାସ ପରେ ପୁଣି ଖରାପ ହୋଇଯାଉଛି । ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ନଦେଲେ ଜନଆନ୍ଦୋଳନ ତିବ୍ର ରୂପ ନେବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking