37.1 C
Bhubaneswar
Saturday, April 20, 2024
Homeଓଡିଶାମୁଖ୍ୟମନ୍ତ୍ରୀସଡ଼କ ଯୋଜନାରେ ନିର୍ମାଣରାସ୍ତା ବର୍ଷେ ନ ପୁରୁଣୁ ଉଠିଗଲା ପିଚୁ

ମୁଖ୍ୟମନ୍ତ୍ରୀସଡ଼କ ଯୋଜନାରେ ନିର୍ମାଣରାସ୍ତା ବର୍ଷେ ନ ପୁରୁଣୁ ଉଠିଗଲା ପିଚୁ

ମୟୁରଭଞ୍ଜ-ଲୋକଙ୍କ ସର୍ବନିମ୍ନ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତାରେ ପିଚୁ ଉଠି ଆଁ ମେଲିଛି। ତେବେ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିବା ରାସ୍ତାର ଅବସ୍ଥା ବୟାନ କରୁଛି ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ସାଧୁତା, ଦକ୍ଷତା ଆଉ ସ୍ୱଚ୍ଛତା। ଯାହା ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହି ରାସ୍ତା ନିର୍ମାଣ ନାମରେ କେବଳ ଲୁଟ କରାଯାଇଥିବା ଅଭିଯୋଗ ହେଉଛି। ମାତ୍ର ଅଭିଯୋଗ ହେଲେ ତଦନ୍ତ ଆଳରେ ସମ୍ପୃକ୍ତ ମାନଙ୍କୁ ଖସାଇଦେବାକୁ ଚକ୍ରାନ୍ତ କରି ପୁଣି ଲୋକଙ୍କୁ ଠକି ତାଙ୍କର ଅଧିକାର ଅପହରଣ କରାଯାଇଥାଏ ବୋଲି ଖୋଲା ଖୋଲି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳେନାହିଁ ବୋଲି କ୍ଷୋଭର ସହ ଅଭିଯୋଗ କରି କହନ୍ତି ଲୋକମାନେ। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ। ଏଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଛି ଅକ୍ତାପାଳ ଠାରୁ RD ରାସ୍ତା ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା। ତେବେ ରାସ୍ତାକାମ ସଂପୂର୍ଣ୍ଣ ହେବାର ବର୍ଷେ ନ ପୁରୁଣୁ ରାସ୍ତା ଫାଟି ଆଁ ହେଇଛି । ନିର୍ମାଣ ସମୟରୁ ରାସ୍ତା ସମାନ ନଥିବା, ମଝିରେ ମଝିରେ ଖାଲ ଢିପ ଥିବା ଓ ବର୍ଷାରେ ଦୁଇଟି ପୋଲ ଧୋଇଯାଇଥିବାରୁ ଲୋକମାନେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଲୋକଙ୍କ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କ ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଛନ୍ତି । ଗ୍ରାମ ଉନ୍ନୟନ ବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଏପରି ହେଉଥିବାର ଗ୍ରାମବାସୀ ମାନେ କହିଛନ୍ତି । ତିନିବର୍ଷର ରକ୍ଷଣାବେକ୍ଷାଣ ଥିଲେ ସୁଦ୍ଧା ଠିକାଦାର୍ ଏପଯ୍ୟନ୍ତ ତାହା କରୁନାହିଁ । ଅନ୍ୟପଟେ ଅଭିଯୋଗ ପରେବି ବିଭାଗୀୟ ନିରବତାକୁ ଲୋକମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେହିପରି ଏହି ଅଞ୍ଚଳ ରାଜସ୍ବ ମନ୍ତ୍ରୀଙ୍କ ବିଧାନସଭା କ୍ଷେତ୍ର ହୋଇଥିଲେ ମଧ୍ୟ ବିଭାଗ ଗୁରୁତ୍ୱ ପ୍ରଦାନ ନ କରିବା ସ୍ଥାନୀୟ ଅଂଚଳବାସୀଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁଛି ତା ଠାରୁ ଅଧିକ ବ୍ୟଥିତ କରୁଛି ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଖୋଦ ମନ୍ତ୍ରୀ ନୀରବ କାହିଁକି ବୋଲି ପ୍ରଶ୍ନ ଉଠୁଥିବା ଦେଖିବାକୁ ମିଳୁଛି। ତେବେ ରାସ୍ତାର ମରାମତି ସହ ଧୋଇଯାଇଥିବା ପୋଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

ମୟୁରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking