34.1 C
Bhubaneswar
Thursday, April 25, 2024
Homeଓଡିଶାରାସ୍ତା ପାଲଟିଛି ମରଣଯନ୍ତା

ରାସ୍ତା ପାଲଟିଛି ମରଣଯନ୍ତା

ମୟୁରଭଞ୍ଜ -ରାସ୍ତା ପାଲଟିଛି ମରଣଯନ୍ତା, ଯାତାୟତ ଠପ୍,ଖଟିଆରେ ଵୁହାହେଲେ ରୋଗୀ |  କପ୍ତିପଦା ଵ୍ଲକ କୋଳିଅଳମ ପଞ୍ଚାୟତ ର ଏହେଉଛି ପଞ୍ଚାୟତ ରାସ୍ତା, ନୂଆସାହି ଭାଲିଆ ଛକ ଠାରୁ କୋଳିଅଳମ ପର୍ଯ୍ୟନ୍ତ ଦୀର୍ଘ ୪କି:ମି:ରାସ୍ତା ମରଣଯନ୍ତା ପାଲଟିଛି |ଏହି ରାସ୍ତାରେ ଦୁଇ ପାଖରେ ଦୁଇ ଟା ସ୍କୁଲ |, ବର୍ଷା ଦିନେ ପ୍ରାୟ ପାଠପଢା ଵନ୍ଦ ହୋଇଯାଏ,ଛୋଟ ଛୋଟ ପିଲାମାନେ ସ୍କୁଲ ଆସିପାରନ୍ତି ନାହିଁ | ଲୋକମାନେ ମୁଖ୍ୟ ରାସ୍ତାରେ ପହଞ୍ଚିବା ପାଇଁ ସାଇକେଲ କାନ୍ଧେଇ ଆସନ୍ତି | ଆମ୍ଵୁଲାନସ କିମ୍ବା କୈଣସି ଭାରି ଯାନବାହନ ଗାଁ ଭିତରକୁ ଆସିପାରେ ନାହିଁ, ରୋଗୀ କୁ ଡାକ୍ତର ପାଖକୁ ନେଵାକୁ ହେଲେ ଖଟିଆ ଏକମାତ୍ର ଭରସା ।
 ୨୦୦୯ମସିହା ଠାରୁ ଏହି ରାସ୍ତା ଏହିଭଳି ଅଵସ୍ଥା ରେ ଅଛି, ଦିନକୁ ଦିନ ରାସ୍ତା ଖରାପ ହେଉଥିବା ଵେଳେ ଆଜିପଯ୍ୟନ୍ତ ପାଛିଏ ମାଟି କିମ୍ବା ପାଛିଏ ମୋରମ ପଡିନାହିଁ, ପଞ୍ଚାୟତ ରାସ୍ତା ହୋଇଥିଵାରୁ ଵାରମ୍ଵାର ସରପଞ୍ଚ ଙ୍କୁଅଭିଯୋଗ କରୁଥିଲେ ମଧ୍ୟ କିଛି ଫଳ ମିଳୁନାହିଁ, ଗ୍ରାମ ସଭା ପଲ୍ଲୀ ସଭାରେଅନୁମୋଦନ କରି ଵ୍ଯକ୍ତି ଵିଶେଷ ଙ୍କ ଚାଷଜମି କୁ ରାସ୍ତା ନିର୍ମାଣ କରାଯାଉଥିଵା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
 ଏସମ୍ପକରେ ସରପଞ୍ଚ ଙ୍କ ସହ ଯୋଗା ଯୋଗ କରିଵାରୁ ସେକହିଛନ୍ତି ପ୍ରସ୍ତାବ ଗୃହୀତ ହୋଇ ପାସ ହୋଇଯାଇଛି, କରୋନା ମହାମାରୀ ପାଇଁ କାମ ହୋଇ ପାରୁନାହିଁ, ତେଵେ ଖୁଵ୍ ଶୀଘ୍ର ରାସ୍ତା ନିର୍ମାଣ କରାଯିଵ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking