27.1 C
Bhubaneswar
Thursday, April 25, 2024
Homeଓଡିଶାପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଥାନା ଆଗରେ ଶବ ରଖି ରାସ୍ତା ଅବରୋଧ

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଥାନା ଆଗରେ ଶବ ରଖି ରାସ୍ତା ଅବରୋଧ

ସୋରଡ଼ା :  ସୋରଡ଼ା କଇଠପଲ୍ଲୀ ସାହିର ଲୋକନାଥ ମୁନିଙ୍କ ପୁଅ ଅନିଲ ମୁନିଙ୍କୁ ପୁଲିସ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମୃତଦେହ ରଖି ପରିବାର ପକ୍ଷରୁ ଶନିବାର ରାତିରେ ରାସ୍ତା ଅବରୋଧ ହୋଇଥିଲା । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
୩ଦିନ ପୂର୍ବରୁ ଅନୀଲ ସେହି ସାହିର ଏକ ଝିଅକୁ ଧରି କେଉଁ ଆଡେ ଚାଲି ଯାଇଥିଲା । ଝିଅଘର ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ପୁଲିସ ପୁଅ ଝିଅ ଉଭୟଙ୍କୁ ଉଦ୍ଧାର କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରିବା ପରେ ଛାଡ଼ି ଦେଇଥଲା । କିନ୍ତୁ ଅନିଲ ଘରକୁ ଯିବାର ଏକ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ବାପା କହୁଥିବା ବେଳେ ତାଙ୍କ ବୋଉଙ୍କ କହିବା କଥା ଅନିଲ ଥାନାରୁ ଆସିଲା ପରେ କହିଲା ମୋତେ ଥାନାରେ ବହୁତ ମାଡ ମାରିଛନ୍ତି । ମୋତେ ବହୁତ କଷ୍ଟ ହେଉଛି ଓ ଝିଅର ମାମୁ ମୋତେ ମାରିଦେବ କହିଛନ୍ତି । ତେଣୁ ମୁଁ ଆଉ ବଞ୍ଚିବି ନାହିଁ କହି ଛାତ ଉପରକୁ ଯାଇ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।  ରାତ୍ର ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଚାଲିଥିବା ବେଳେ ୪ ଥାନାର ଥାନାଧିକାରୀ ଓ ଏସଡିପିଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଯୁବକଙ୍କ ବାପା ଓ ମାଆଙ୍କ ଅଭିଯୋଗ ନେଇ ଏତଲା ଦେବାକୁ ପରାମର୍ଶ ଦେଇଥିଲେ ।  ଏତଲା ଆଧାରରେ ମାମଲା ରୁଜୁ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ସୋରଡ଼ା ଥାନାଧିକାରୀ  ରମେଶ କୁମାର ପ୍ରଧାନ କହିଛନ୍ତି । ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି  ବ୍ରହ୍ମପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking