27.1 C
Bhubaneswar
Friday, March 29, 2024
HomeUncategorizedରାସ୍ତାବନ୍ଦକୁ ନେଇ ରେଳବିଭାଗ-ଅଞ୍ଚଳବାସୀ ମୁହାଁମୁହିଁ

ରାସ୍ତାବନ୍ଦକୁ ନେଇ ରେଳବିଭାଗ-ଅଞ୍ଚଳବାସୀ ମୁହାଁମୁହିଁ

ମୟୂରଭଞ୍ଜ(ଘାସିରାମ ବେହେରା) – ରେଳବିଭାଗ ଦ୍ୱାରା ରାସ୍ତା ବନ୍ଦ ଯୋଗୁଁ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ହାତରେ ଧରି ରାସ୍ତା ଅବରୋଧ କରି ପ୍ରତିବାଦ କଲେ ଆଦିବାସୀ ସମ୍ପ୍ରଦାୟ। ମୁହାଁମୁହିଁ ହୋଇଛନ୍ତି ରେଳବିଭାଗ, ସ୍ଥାନୀୟପୋଲିସ ଏବଂ ଅଞ୍ଚଳବାସୀ । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅଧିନ ରଙ୍ଗମାଟିଆ ଗାଁ ନିକଟରେ ସୃଷ୍ଟି ହୋଇଛି ଏହି ବିବାଦ। ସୂଚନାଯୋଗ୍ୟ,ରଙ୍ଗାମାଟିଆ ଗାଁ ନିକଟରେ ଥିବା ରେଲୱେ କ୍ରସିଂ  କୁ ରେଳବାଇ ପକ୍ଷରୁ ଆଜି ତାରାଜାଲି ବାଡ଼ ବସାଇ ବନ୍ଦ କରିଦିଆଯାଇଛି। ରେଳବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବା ଦ୍ଵାରା ଉକ୍ତରାସ୍ତା ସହ ବାରିପଦା ସହରକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।ଗୋଟେପଟେ ଏହି ରାସ୍ତା  ବାରିପଦା – ଅମରଦା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବେଳେ ଅନ୍ୟପଟେ ଏହା ବାରିପଦା – ବାଲେଶ୍ଵର ମୁଖ୍ୟ ରାସ୍ତାକୁ କାଠପାଳ ଠାରେ ସଂଯୋଗ କରୁଛି। ତେବେ ରେଳବାଇ ପକ୍ଷରୁ ହଠାତ  ପଦକ୍ଷେପ ନେବାଯୋଗୁଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ 10 ରୁ ଅଧିକ ଗ୍ରାମର ପ୍ରାୟ15 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି।ତେବେ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ବର୍ତମାନ ମୁଖ୍ୟରାସ୍ତାକୁ ଯିବାକୁ ହେଲେ 2କିମି ରୁ ଉର୍ଦ୍ଧ୍ଵ ରାସ୍ତା ବୁଲି ଯିବାକୁ ହେବ। ଯାହାର ପ୍ରତିବାଦ କରିବାକୁ ଆଗେଇ ଆସି ସ୍ଥାନୀୟ ବିଭିନ୍ନ ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନିଜର ପାରମ୍ପରିକ  ଅସ୍ତ୍ରଶସ୍ତ୍ର ହାତରେ ଧରି ରେଲୱେ ଫାଟକ ନିକଟରେ ବିରୋଧ ପ୍ରଦର୍ଶନ କରି ଯଥାଶୀଘ୍ର ଏହି ଫାଟକକୁ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ପ୍ରତିବାଦ ଆନ୍ଦୋଳନ ସମ୍ପର୍କରେ ଖବରପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking