40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ଦୁଇ ବାଇକ ଆରୋହି ମୃତ

ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ଦୁଇ ବାଇକ ଆରୋହି ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ୧୨ଚକିଆ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହି ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ଆଜି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ସଞ୍ଜିତ ମହାରଣା ଓ ହିମାଂଶୁ ପାତ୍ରଏକ ହିରୋ ସିଡି ଡିଲକ୍ସ (ଓଡି ୦୯ ଆର୍ ୭୩୯୨) ଯୋଗେ କୌଣସି କାମରେ ହରିଚନ୍ଦନପୁର ଆସିଥିଲେ । ସେଠାରୁ କାମ ସାରି ଅପରାହ୍ନ ସମୟରେ ଘରକୁ ଫେରୁଥିବା ବେଳେ ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ଅଚାନକ ବିପରୀତ ଦିଗରୁ ଏକ ୧୨ଚକିଆ ଟ୍ରକ ଦୃତଗତିରେ ଆସି ବାଇକ୍ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଦେଖି ଟ୍ରକ ଚାଳକ ନିଜର ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଖସି ପଳାଇଆସି ହରିଚନ୍ଦନପୁର ଥାନା ସମ୍ମୁଖରେ ଗାଡ଼ି ରଖି ସରେଣ୍ଡର କରିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଜାମ କରିଛନ୍ତି। ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଖବର ଅନୁଯାୟୀ ଉକ୍ତ ରାସ୍ତା ଦେଇ ଭାରି ଯାନ ଚଳାଚଳ ବନ୍ଦ କରାଯାଇଥିଲା ବେଳେ ମଧ୍ୟ ଦିନ ଦିପହର ରେ ଗାଡି ଚଳାଚଳ ଜାରି ରହିଛି । ମୃତ ଦୁଇ ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦାବି କରିବା ସହ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବା ଦାବି କରି ଅବରୋଧ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking