ଡିୟୁଟି କରିବାକୁ ଗଲାବେଳେ ଟ୍ରକ ଚକତଳେ ଋଷିନାଥ ମହାନ୍ତ ଗଲା ଜୀବନ

କେନ୍ଦୁଝର : ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି । ଅଧାପନ୍ତରିଆ ରାସ୍ତା ନିର୍ମାଣ ଯୋଗୁଁ ଏଭଳି ଦୁର୍ଘଟଣା ସଂଖ୍ୟା ବୃଦ୍ଧି ନେଇ ଜନସାଧାରଣ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଆଜି ସକାଳୁ ଏଭଳି ଅଧାପନ୍ତରିଆ ରାସ୍ତା ଯୋଗୁଁ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ଛକ ନିକଟରେ ଡିୟୁଟି କରିବାକୁ ଯୋଡ଼ାକୁ ବାଇକ ଯୋଗେ ସ୍ଥାନୀୟ ଯୋଡ଼ାପୋଖରୀ ଗ୍ରାମର ଋଷିନାଥ ମହାନ୍ତ ଯାଉଥିଲେ । ଏହି ସମୟରେ ଏକ ମାଲ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଉତେଜନା ପ୍ରକାଶ ପାଇଥିବା ବେଳେ ଶବକୁ ରାସ୍ତା ଉପରେ ରଖି କ୍ଷତି ପୁରଣ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ । ଖବର ପାଇ ଚମ୍ପୁଆ ପୋଲିସ ପହଞ୍ଚି ବୁଝାସୁଝା ଚଲାଇ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here