43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀ ମୃତ

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ଗତକାଲି ରାତ୍ରି ସମୟରେ ବାରିପାଳ ଗ୍ରାମର ଅଜୟ କୁମାର ପାତ୍ର(୩୯) କୌଣସି କାମରେ ହରିଚନ୍ଦନପୁର ଆସୁଥିବା ବେଳେ ବାଇକଟି କୌଣସି କାରଣରୁ ଆଳୁଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଅଜୟ ବରିପାଳ ଅଞ୍ଚଳରୁ ଏକ ପଲସର ବାଇକ୍ (ଓଆର ୦୪ଏଲ ୭୧୬୫) ଯୋଗେ କୌଣସି କାମରେ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ଘଟଣା ଦେଖି ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ୍ ଦେହକୁ ଉଦ୍ଧାର କରି ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking