37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦୁର୍ଘଟଣାରେ ବାଇକ ଆରୋହି ମୃତ

ଦୁର୍ଘଟଣାରେ ବାଇକ ଆରୋହି ମୃତ

ମୟୂରଭଞ୍ଜ: ଅଜଣା ଗାଡି ଧକ୍କାରେ ବାଇକ ଅରୋହୀ ମୃତ।ଯଶୀପୁର ରରୁଆଁ ରୋଡ଼ ଜାମୁନାଳିଆ ପୋଲ ଉପରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଅଜଣା ଗାଡି ଧକ୍କାରେ ଯଶୀପୁର ଥାନା ଭୋଗାବନ୍ଦୀ ଗାଁର ଯୁବକ ଚିନ୍ମୟ ମହାକୁଡ଼ ମୃତ। ରରୁଆଁରୁ ନିଜଘର ଭୋଗାବନ୍ଦୀ ଗାଁ କୁ ଫେରିବା ସମୟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ ଯଶିପୁର ରରୁଆଁ ରାସ୍ତା କିଛି ସମୟ ପାଇଁ ଅବରୋଧ କରି ମୃତକର ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଖବରପାଇ ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଗାଡ଼ି ମଟର ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ଘଟଣାସ୍ଥଳରୁ ଶବ ଜବତ କରି ପୋଲିସ ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking