କଟକ : ଆଜି ସକାଳେ କଟକ ଜିଲ୍ଲା ବଡମ୍ବା ଥାନା ପାଞ୍ଚଗାଁ ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦିଅର ସହ ବାଇକ୍ରେ କଟକ ବାହାରିଥିଲେ ଭାଉଜ । ରାସ୍ତାରେ ପିଟିଦେଲା ଟ୍ରକ୍, ଆଉ ଚାଲିଗଲା ଭାଉଜଙ୍କ ଜୀବନ । ମୃତ ମହିଳାଜଣକ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆ ମଙ୍ଗରାଜପୁର ଗ୍ରାମର ଉର୍ମିଳା ସାହୁ। ତାଙ୍କ ଘର ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆ ମଙ୍ଗରାଜପୁର ଗ୍ରାମରେ ବୋଲି ଜଣାଯାଇଛି।ଉର୍ମିଳା ନିଜ ଦିଅର କାହ୍ନୁଚରଣ ସାହୁଙ୍କ ସହ ଆଜି ବାଇକ୍ ଯୋଗେ ଗାଁରୁ କଟକ ଅଭିମୁଖେ ବାହାରିଥିଲେ। ପାଞ୍ଚଗାଁ ଛକରେ ଏକ ହାଇୱା ବାଇକ୍ଟିକୁ ପିଟିଥିଲା। ଫଳରେ ଉଭୟ ଦିଅର, ଭାଉଜ ଛିଟିକି ରାସ୍ତା ଉପରେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ଉର୍ମିଳା ସାହୁଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦିଅର କାହ୍ନୁଚରଣ ସାହୁ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଡ଼ାକ୍ତରଖାନାକୁ ପଠେଇବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି ।