27.8 C
Bhubaneswar
Wednesday, April 17, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ରୁ ଉର୍ଦ୍ଧ ଜୀବନ : ୩୦ ଆହତ

ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ରୁ ଉର୍ଦ୍ଧ ଜୀବନ : ୩୦ ଆହତ

ଭୋପାଲ: ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଏତେ ମାତ୍ରାରେ ବଢ଼ିଚାଲିଛି ଯେ, କହିଲେ ନସରେ। ଏଥିରେ କେତେ ନିରୀହ ଜୀବନ ବଳି ପଡ଼ୁଛି ତ ଆଛ କହାର ସଂସାର ଭାସିଯାଉଛି । ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଭୋପାଳରେ ।
ମଧ୍ୟପ୍ରଦେଶର ରେୱା ସହରରେ ଗୁରୁବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୦ରୁ ଊର୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଅନେକ ଏବେ ବି ବସ୍ ଭିତରେ ଫସି ରହିଥିବା ସୂଚନା ମିଳିଛି। ଏବେ ବି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ପ୍ରଧାନ ଟ୍ରାଭେଲସ୍‌ର ବସ ରିଓ୍ଵାରୁ ସିଧି ଯାଉଥିବା ସମୟରେ ଆଜି ସକାଳ ୭ଟା ବେଳେ ଗୁଡ୍ ବାଇପାସ୍ ନିକଟରେ ଅତିକ୍ରମ କରୁଥିବା ବେଳେ ହଠାତ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା କି ବସ୍‌ର ସାମ୍ନା ପାର୍ଶ୍ୱଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ଶବକୁ ଜବତ କରିବା ସହିତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ନେଇଥିଲେ। ଏହି ଦୁର୍ଘଟଣାରେ ୩୦ରୁ ଊର୍ଧ୍ୱଜଣ ଆହତ ହୋଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking