37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶଶୁଖି ଯାଇପାରେ ଗଙ୍ଗା ନଦୀ

ଶୁଖି ଯାଇପାରେ ଗଙ୍ଗା ନଦୀ

ନୂଆଦିଲ୍ଲୀ: ଗଙ୍ଗା ନଦୀକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଚୀରସ୍ରୋତା ନଦୀ କୁହାଯାଉଥିବା ଗଙ୍ଗାନଦୀ ଶୁଖିଯିବାର ସମ୍ଭାବନା ରହିଛି । ଏନେଇ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିବା ବେଳେ, ଡେରାଡୁନ୍‌ ଠାରେ ଥିବା ଓ୍ୱାଡିହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିୟୋଲୋଜିର ବୈଜ୍ଞାନିକ ଡକ୍ଟର ରାକେଶ ଭାମ୍ବିରଙ୍କ ଗବେଷଣାରୁ ଏହା ଜଣାପଡ଼ିଛି । କୁହାଯାଉଛି କି, ଗଙ୍ଗୋତ୍ରୀ ଗ୍ଲେସିୟର ତରଳିବାରୁ ଏହା ଆଶଙ୍କା କରାଯାଉଛି ।

୧୯୩୫ ମସିହାରୁ ୨୦୨୨ ମସିହା ଯାଏ ଗଙ୍ଗୋତ୍ରୀ ଗ୍ଲେସିୟରର ପ୍ରାୟ ୨କିଲୋମିଟର ତରଳି ଯାଇଛି । ଗଙ୍ଗୋତ୍ରୀ ଗ୍ଲେସିୟର ତରଳି ଯାଇଥିବା କାରଣରୁ ସ୍ରେତ କ୍ରମଶଃ ହ୍ରାସ ପାଇବ । ସବୁଠାରୁ ବଡ଼ କଥା ହେଉଛି ଏହି ଗ୍ଲେସିୟର ତିଆରି ହୁଏନାହିଁ । ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞ ମାନେ ତାଙ୍କ ମତରେ ପ୍ରକାଶ କରିଛନ୍ତି । ଏହାର ଶେଷ କେବେ ତାହା ଆକଳନ କରାଯାଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking