34.1 C
Bhubaneswar
Friday, March 29, 2024
Homeଓଡିଶାଅଜଣା ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କଲେ ନିଷ୍ଠା ପରିବାର

ଅଜଣା ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କଲେ ନିଷ୍ଠା ପରିବାର

ବରଗଡ : କରୋନା ଭୁତାଣୁ ସଂକ୍ରମଣ ରୋକିବା ନେଇ ସମଗ୍ର ଦେଶରେ ଲକଡାଉନ ଚାଲିଥିବା ସମୟରେ ଜଣେ ଅଜଣା ବୃଦ୍ଧଙ୍କ ଅନ୍ତିମ ସତ୍କାର କରିବାକୁ ଆଗେଇ ଆସିଛି ବରଗଡ଼ର ନିଷ୍ଠା ପରିବାର । ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ସମଲେଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମରେ ରହୁଥିବା ଜଣେ ଅଜଣା ବୃଦ୍ଧଙ୍କ ଗତ ୮ ତାରିଖରେ ପରଲୋକ ହୋଇଯାଇଥିଲା । ତେବେ ତିନିଦିନ ଧରି ବରଗଡ଼ ଶବାଗାରରେ ମୃତ ବ୍ୟକ୍ତିଙ୍କ ଶବ ରଖାଯିବା ପରେ ତାଙ୍କ କେହି ପରିଚୟ ଜଣା ପଡି ନ ଥିଲା । ଯାହାକୁ ନେଇ ଶନିବାର ବିଜେପୁର ପୋଲିସର ଅନୁମତିକ୍ରମେ ନିଷ୍ଠା ପରିବାରର ସଦସ୍ୟମାନେ ବରଗଡ଼ ଜୀରା ନଦୀ କୂଳରେ ଥିବା ଶ୍ମଶାନରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ଶବ ଦାହ କରାଯାଇଥିଲା ।
ସୂଚନା ଅନୁଯାୟୀ, ଦୁଇମାସ ପୂର୍ବେ ବରଗଡ଼ ଭଟଲି ଛକ ନିକଟରେ ଜଣେ ଅସହାୟ ବୃଦ୍ଧ ପଡିଥିବା ବେଳେ ଖବର ପାଇ ନିଷ୍ଠା ପରିବାର ତାଙ୍କୁ ଉଦ୍ଧାର କରି ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ତେବେ ଦୀର୍ଘ ଦିନ ପରେ ଅସହାୟ ବୃଦ୍ଧ ଜଣକ ସାମାନ୍ୟ ସୁସ୍ଥ ହେବା ପରେ ତାକୁ ସମଲେଇପଦର ପାର୍ବତୀଗିରି ବୃଦ୍ଧାଶ୍ରମରେ ରଖାଯାଇଥିବା ବେଳେ ଗତ ୮ ତାରିଖରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ନିଷ୍ଠା ପରିବାର ତରଫରୁ ଅଜଣା ବୃଦ୍ଧଙ୍କ ଶବ ସତ୍କାର ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking