33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆସାମରେ ବନ୍ୟା ବିତ୍ପାତ

ଆସାମରେ ବନ୍ୟା ବିତ୍ପାତ

ଗୁଆହାଟୀ : ଆସାମ ରେ ହୋଇଥିବା ବନ୍ୟାରେ ୨୯ ଟି ଜିଲ୍ଲା ଜଳମଗ୍ନ ହୋଇଛି । ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଯାତାୟତ ର ସବୁ ରାସ୍ତା ବନ୍ଦ ହୋଇଯାଇଛି । ଜୁଆଡେ ଚାହିଁଲେ ଖାଲି ପାଣି ପାଣି । ସମସ୍ତ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ବ୍ରହ୍ମପୁତ୍ର ନଦୀ ବନ୍ୟାରେ ୧ ହଜାର ୫ ଶହ ଗାଁରେ ପାଣି ପଶିଯାଇଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ଜାରି ରହିବ ।
ହୋଜାଇ ଜିଲ୍ଲାରେ ପାଣିଘେରରେ ଫସିଥିବା ୨ ହଜାର ଲୋକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିମା ହାସାଓ ଜିଲ୍ଲା । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରେଳ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ତିନି ଦିନ ହେବ ଦିମା ହାସାଓ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପ୍ରଭାବିତଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଔଷଧ ଯୋଗାଇବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବା ଶର୍ମାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ରାଜ୍ୟକୁ ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking