28.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍ମହାକାଶ କେନ୍ଦ୍ରରୁ ଗୁଇନ୍ଦା ଉପଗ୍ରହ RISAT-2BR1ର ଉତକ୍ଷେପଣ

ମହାକାଶ କେନ୍ଦ୍ରରୁ ଗୁଇନ୍ଦା ଉପଗ୍ରହ RISAT-2BR1ର ଉତକ୍ଷେପଣ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀସ୍ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଗୁଇନ୍ଦା ଉପଗ୍ରହ RISAT-2BR1ର ଉତକ୍ଷେପଣ ହୋଇଛି । ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା RISAT-2BR1ହେବ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ ।

ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୨୫ ମିନିଟରେ ଏହା ମହାକାଶକୁ ଛଡାଯାଇଛି । RISAT-2BR1ସହିତ ୯ଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ମହାକାଶକୁ ଯାଇଛି । RISAT-2BR1 ଉପଗ୍ରହର ଓଜନ ୬୨୮ କିଲୋ ରହିଛି ।

ଅର୍ବିଟର ୫୭୬ କିମି ଉଚ୍ଚତାରେ ୫ବର୍ଷ କାର୍ଯ୍ୟ କରିବ RISAT-2BR1 । କୃଷି, ଜଙ୍ଗଲ ସମ୍ପର୍କିତ ତଥ୍ୟ ସଂଗ୍ରହ, ବିପର୍ଯ୍ୟୟ ମୁକାବିଲାରେ ସହାୟକ ହେବ । ଏହା ପୂର୍ବରୁ ନଭେମ୍ୱର ୨୭ରେ ଇସ୍ରୋ କାର୍ଟୋସାଟ୍-୩ ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା ।

https://onakhabar.com/2019/12/11/karachi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking