38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ

କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : କଂଗ୍ରେସ ଭବନଠାରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୁର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛିି । ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଏହି ଗଣ୍ଡଗୋଳ ହୋଇଛି ।

ତେବେ ଆଜି କଂଗ୍ରେସ ଭବନର ଓବିସି ସେଲର ଜେନେରାଲ ବଡି ମିଟିଙ୍ଗ ଥିଲା । ଏହି ଏହି ସେଲର ଅଧ୍ୟକ୍ଷ ବିଷ୍ନୁ ବାରିକ ଆସି ପହଞ୍ଚିବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ଏହାସହ ଚୀରଞ୍ଜୀବ ବିଶ୍ୱାଳ ଯିଏକି ତିର୍ତ୍ତୋଲର ବିଧାୟକ ଥିଲେ । ତାଙ୍କ ଗୋଷ୍ଠୀ ସମର୍ଥକ ମାନେ ବିଷୁ୍ନ ବାରିକଙ୍କୁ ବିରୋଧ କରିଥିଲେ । ଏହି ପରିସ୍ଥିତି ହାତାହାତି ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ବୈଠକ ହେବାକୁ ଥିବା ର ମଞ୍ଚ ମଧ୍ୟ ଭାଙ୍ଗି ଦେଇଥିଲେ ।
ତିର୍ତ୍ତୋଲ ଉପ ନିର୍ବାଚନ ସମୟରେ ବିଷ୍ନୁ ବାରିକ ବିଜେଡି ସହ ହାତ ମିଶାଇ କଂଗ୍ରେସକୁ ହରାଇଛନ୍ତି ଏହି ଅଭିଯୋଗ ଆଣି ବିରୋଧ କରୁଛନ୍ତି ଚୀରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ ମାନେ ।

ତେବେ ବିଶୃଙ୍କଳା ସୃଷ୍ଟି କରିଥିବା ଲୋକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ ଉପସ୍ଥିତ ଥିବା ବେଳ ଏହି କାଣ୍ଡ ଘଟିଥିଲା । ତେବେ ପିସିସି ସଭାପତି ହସ୍ତକ୍ଷେପ କରି ବୁଝାସୁଝା କରିବା ପରେ ଅଭିଯୋଗ ଶୁଣିଥିଲେ ଓ ସେ କହିଛନ୍ତି ଅଭିଯୋଗର ତଦନ୍ତ କରାଯିବ ଓ ଏହା ଯଦି ସତ ହୁଏ, ତେବେ ଏହା ବିରୁଦ୍ଧ ରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking