31.1 C
Bhubaneswar
Wednesday, February 28, 2024
Homeଓଡିଶାକ୍ୟାମେରା ସାମ୍ନାରେ କ୍ରିକେଟ କ୍ୟାରିୟରର କାହାଣୀ କହିଲେ ରିଙ୍କୁ ସିଂ

କ୍ୟାମେରା ସାମ୍ନାରେ କ୍ରିକେଟ କ୍ୟାରିୟରର କାହାଣୀ କହିଲେ ରିଙ୍କୁ ସିଂ

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ରିଙ୍କୁ ସିଂଙ୍କୁ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ମୈଦାନରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଭାରତ ପାଇଁ ସହଜ ହେବନି ସତ କିନ୍ତୁ ବିଦେଶ ମାଟିରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ରିଙ୍କୁ । ମ୍ୟାଚ୍ ପୂର୍ବରୁ ରିଙ୍କୁ ସିଂ କ୍ୟାମେରା ସାମ୍ନାରେ ଅନେକ ଅକୁହା କଥା କହିଛନ୍ତି ।

ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ହୋଇଥିବା ସାକ୍ଷାତକାରରେ ରିଙ୍କୁ ସିଂ କହିଛନ୍ତି, ସେ ହନୁମାନଙ୍କର ପରମଭକ୍ତ । ସବୁବେଳେ ତାଙ୍କ ଭଜନ ଶୁଣିବାକୁ ପସନ୍ଦ କରନ୍ତି । ଏହାସହ ପଡିଆ ବାହାରେ ମଜା ମସ୍ତି କରିବାକୁ ଭଲ ପାଅନ୍ତି ବୋଲି କହିଛନ୍ତି ରିଙ୍କୁ । କାରଣ ଏହାଦ୍ୱାରା ସେ ମାନସିକ ଭାବେ ଠିକ୍ ରୁହନ୍ତି । ଏହାସହ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ସେହିଭଳି ଖେଳ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଭାରତ ପାଇଁ ଟି-୨୦ରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାକୁ ପଡୁଛି ।

ଏହି ନମ୍ବରରେ ବ୍ୟାଟିଂ କରିବା ବେଶ କଷ୍ଟକର । କାରଣ ଦଳର ଅଧା ଖେଳାଳୀ ପ୍ୟାଭିଲିୟନ ଫେରି ସାରିଥିବେ । ତେଣୁ ପାର୍ଟନରସିପ ସହ ଦଳ ପାଇଁ ରନ୍ ସଂଗ୍ରହ କରିବା ଚ୍ୟାଲେଞ୍ଜ ହୋଇଥାଏ । ଯେହେତୁ ମୁଁ ପ୍ରଥମରୁ ଏହି ସ୍ଥାନରେ ବ୍ୟାଟିଂ କରି ଆସୁଛି ତେଣୁ ଏହି ପରିସ୍ଥିତିରେ କାମ କରିବା ଏତେ କଷ୍ଟ ହୋଇନଥାଏ । ତେବେ ଏହି ସ୍ଥିତିରେ ଶାନ୍ତ ରହିବା ସହ ନିଜ ଉପରେ ବିଶ୍ୱାସ ରଖିବା ସବୁଠୁ ବଡ କଥା ବୋଲି କହିଛନ୍ତି ରିଙ୍କୁ । ଯାହାଦ୍ୱାରା ବ୍ୟାଟିଂ ବେଳେ ଏହା ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking