ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା

ସଇଁନ୍ତଳା : ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ । ହେଲେ ମନରେ ରହି ଯାଇଛି ଅନେକ ସ୍ୱପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ରିଚେକ ଛୁରା । ତେବେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ରୁଣ୍ଡିମହୁଲ ଗାଁ’ର ରିଚେକ ଛୁରା । ବୟସ ମାତ୍ର ୨୦ ବର୍ଷ । ମନରେ ଅନେକ ସ୍ୱପ୍ନ ରଖିଥିଲେ ରିଚେକ । ହେଲେ ସବୁ ସ୍ୱପ୍ନ ଧୂଳିସାତ ହୋଇଛି ଓ ଅଜଣା ଚର୍ମ ରୋଗର ଶିକାର ହୋଇଛନ୍ତି ରିଚେକ୍ । ପାଦରୁ ମୁଣ୍ଡ ଯାଏ ଶରୀରର ଚମଡା ସବୁ ଫାଟି ଯିବା ସହ କେତେକ ସମୟରେ ସେଥିରୁ ରକ୍ତ ବାହାରିଥାଏ ଓ ଅନେକ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଦିନରେ ଘରୁ ବାହାରକୁ ବାହାରି ପାରନ୍ତି ନା’ ରାତିରେ ଠିକରେ ଶୋଇ ପାରନ୍ତି । ସବୁ ବେଳେ ଜଳାପୋଡ଼ା ହେଉଥିବାବେଳେ ଅନେକ କଷ୍ଟ ଅନୁଭବ କରନ୍ତି । ଏମିତିକି ନା’ ସାଙ୍ଗମାନଙ୍କ ସହ ଖେଳି ପାରନ୍ତି ନା’ ପାଠ ପଢିବାକୁ ଯାଇପାରନ୍ତି । ଗୋଟିଏ ପଟେ ଦାରିଦ୍ର‌୍ୟତା ସାଙ୍ଗକୁ ଅନ୍ୟ ପଟେ ଶରୀରରେ ଯନ୍ତ୍ରଣା । ଜନ୍ମ ପରେ ରିଚେକର ଶରୀରରେ ପରିବର୍ତ୍ତନ ଦେଖା ଦେଇଥିଲା । ଧୀରେ ଧୀରେ ରିଚେକ୍ ବଢିବା ସହ ରୋଗ ମଧ୍ୟ ବଢିଥିଲା । ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନେବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତେବେ ଅର୍ଥାଭାବରୁ ପରିବାର ଲୋକେ ଗାଁ’କୁ ଫେରି ଆସି ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଚିକିତ୍ସା ପାଇଁ ସହାୟତାର ହାତ ପଢ଼ାଇବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here