30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗତୃତୀୟ ଦିନରେ ଜେରା ପାଇଁ ପହଁଚିଲେ ରିୟା

ତୃତୀୟ ଦିନରେ ଜେରା ପାଇଁ ପହଁଚିଲେ ରିୟା

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସିବିଆଇ ପଚରାଉଚରା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ତାଙ୍କ ସହ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଅଛନ୍ତି । ଏହାପୂର୍ବରୁ ଶନିବାର ଦିନ ତାଙ୍କୁ ସାତ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।ରିୟାଙ୍କ ପୂର୍ବରୁ ପଚରାଉଚରା ପାଇଁ ସେଠାରେ ସାମୁଏଲ ମିରାଣ୍ଡା ପହଞ୍ଚିଥିଲେ। ସେହିପରି ଗତ ଜୁନ୍ ୮ ତାରିଖରେ ଭଉଣୀ ମିତୁ ସିଂହ ସୁଶାନ୍ତଙ୍କ ସହ ତାଙ୍କ ଘରେ ଥିଲେ । ତେଣୁ ମିତୁଙ୍କ ବୟାନ ରେକର୍ଡ ପାଇଁ ସିବିଆଇ ସମନ ପଠାଇଛି । ସେ ମଧ୍ୟ ଡିଆରଡିଓ ଗେଷ୍ଟହାଉସରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣା ପୂର୍ବଦିନର ସମସ୍ତ ତଥ୍ୟ ଉପସ୍ଥାପନ କରିବେ । ରବିବାର ଅଭିନେତ୍ରୀ ରିୟା ତାଙ୍କ ଭାଇ ଶୋଭିକଙ୍କ ସହିତ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି । ଗତ ଦୁଇଦିନ ମଧ୍ୟରେ ରିୟାଙ୍କୁ ସମୁଦାୟ ୧୭ ଘଣ୍ଟା ଜେରା କରାଯାଇଛି । ରିୟା ଚକ୍ରବର୍ତ୍ତୀଙ୍କ ସହକର୍ମୀ ସାମୁଏଲ୍ ମିରାଣ୍ଡା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି । ଏଠାରେ ସିବିଆଇ ଟିମ୍ ଉଭୟଙ୍କୁ ପଚରାଉଚରା କରିବ। ରିୟାଙ୍କ ଅଭିଯୋଗ ପରେ ସିବିଆଇ ମୁମ୍ବାଇ ପୋଲିସକୁ ଗେଷ୍ଟ ହାଉସରେ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଅନୁରୋଧ କରିଛି । ସେପଟେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ ଜାରି ରଖିଥିବାବେଳେ ଉକ୍ତ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ନେଇ ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking