ସୁଶାନ୍ତ ସିଂ ଡ୍ରଗ୍ ମାମଲା: ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ

rhea granted bail

ମୁମ୍ବାଇ :ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଛନ୍ତି। ତେବେ ତାଙ୍କ ଭାଇ ଶୋଭିକଙ୍କୁ ଜେଲରେ ରହିବାକୁ ପଡ଼ିବ। ସୁଶାନ୍ତ ସିଂ ଡ୍ରଗ୍ ମାମଲାରେ ବମ୍ବେ ହାଇକୋର୍ଟ ଆଜି ରିୟା ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଏବଂ ଦୀପେଶ ସାୱନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅବଦୁଲ ବାସିତଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସମସ୍ତଙ୍କୁ ସୁଶାନ୍ତଙ୍କ ଡ୍ରଗ୍ସ ସଂପର୍କରେ ଏନସିବି ଗିରଫ କରିଥିଲା । ଏହା ପୂର୍ବରୁ, ସେପ୍ଟେମ୍ବର ୨୯ ରେ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ, ଯାହା ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ରିୟା ଚକ୍ରବର୍ତ୍ତୀ ସେପ୍ଟେମ୍ବର ୮ ତାରିଖରୁ ମୁମ୍ବାଇର ବାଇକୁଲ୍ଲା ଜେଲରେ ନ୍ୟାୟିକ ହେପାଜତରେ ଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ମୁକୁଳିବା ପରେ ରିୟାଙ୍କୁ ୧୦ ଦିନରେ ଥରେ ପୋଲିସ ଷ୍ଟେସନକୁ ଯିବାକୁ ପଡିବ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ବିନା ଅନୁମତିରେ ସେ ବିଦେଶ ଯାତ୍ରା କରିପାରିବେ ନାହିଁ ଏବଂ ମୁମ୍ବାଇ ଛାଡିବା ପୂର୍ବରୁ ତଦନ୍ତ ଅଧିକାରୀଙ୍କୁ ଜଣାଇବାକୁ ହେବ।

ଏହାପୂର୍ବରୁ ମଙ୍ଗଳବାର ଦିନ ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କର ନ୍ୟାୟିକ ହେପାଜତକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସ୍ୱତନ୍ତ୍ର କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତକୁ ୬ ଅକ୍ଟୋବର ପର‌୍ୟ୍ୟନ୍ତ ବୃଦ୍ଧି କରିଥିଲେ। ୮ ସେପ୍ଟେମ୍ବରରେ ଏନସିବି ଗିରଫ ହେବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here