32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେନ୍ଦ୍ର କୃଷି ବିଲ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ତିନି କୃଷି ବିରୋଧୀ ବିଲକୁ...

କେନ୍ଦ୍ର କୃଷି ବିଲ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ତିନି କୃଷି ବିରୋଧୀ ବିଲକୁ ସରକାର ପ୍ରତ୍ୟାହାର କରୁ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋଦୀ ସରକାର ଷଡଯନ୍ତ୍ର କରି ମାଲିକ ଶ୍ରେଣୀ ଙ୍କ ଉଦ୍ଦେଶ୍ୟରେ କୃଷି ବିଲ ଆଣୀଲେ । ସେହି ତିନୋଟି କୃଷକ ବିରୋଧି ବିଲ ମାଧ୍ୟମରେ ମୋଦି ସରକାର ଆଜି ପୁଣୀ ଥରେ ସ୍ୱାଧିନତା ପୂର୍ବବର୍ତ୍ତି ଜମିଦାରି ପ୍ରଥାକୁ ଜୋରଜବରଦସ୍ତ ଦେଶବାସୀଙ୍କ ଉପରେ ଲଦି ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଆଣିଥିବା ଏହି ତିନୋଟି ଦେଶ ବିରୋଧି କଳା କୃଷକ ବିରୋଧି ବିଲ ବିରୁଦ୍ଧରେ ସ୍ଥାନୀୟ ଜିଲ୍ଲାପାଳ ଲାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ôତଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ଏକ ସ୍ମାରକପତ୍ର ମାନ୍ୟବର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଯେ ଦେଶର ୬୨କୋଟି କୃଷକ ଏବଂ କୃଷି ଶ୍ରମିକ ଦେଶସାରା ଏହି ବିଲ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ୨୫୦ରୁ ଉଦ୍ଧ୍ୱର୍ କୃଷକ ସଂଗଠନ ଆଜି ଦେଶଜାକର ରାଜରାସ୍ତାରେ ଆନ୍ଦୋଳନମୁହାଁ । କେଉଠି ଅନଶନ ତ କେଉଁଠି ଧାରଣା ଦିଆ ·ଲିଛି କିନ୍ତୁ କ୍ଷମତାରେ ଅନ୍ଧ ମୋଦି ସରକାର ଦେଶର ମୁଷ୍ଟିମେୟ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ ସାରା ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଉଛି । ମୋଦୀ ସରକାର ସଂସଦରେ ନିଜର ସଂଖ୍ୟା ଗରିଷ୍ଠତାର ବେଆଇନ ପ୍ରୟୋଗ କରି ଦେଶର ସଙ୍ଘିୟ ବ୍ୟବସ୍ଥାକୁ ଅପଦସ୍ତ କରୁଛି । ଏହି ତିନି କଳା ବିଲ ଅସମ୍ବିଧାନିକ ଭାବେ ରାଜ୍ୟସଭାରେ ପାସ କରିଦିଆଯାଇଛି । ଏପରି କି ଭୋଟ ବିଭାଜନ ମଧ୍ୟ କରାଯାଇନାହିଁ । ଏହି ସ୍ମାରକପତ୍ରରେ ଉପରୋକ୍ତ ତିନି କୃଷକ ବିରୋଧୀ ବିଲ ଉପରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆହୁରି ମଧ୍ୟ ମଣ୍ଡିପ୍ରଥା ଫସଲର ସର୍ବନିମ୍ନ ମୁଲ୍ୟକୁ ସମ୍ପୁର୍ଣ୍ଣ ଭାବରେ ଏହି ବିଲରେ ଅଣଦେଖା କରାଯାଉଥିବାରୁ ଦେଶର ·ଷୀମାନଙ୍କୁ ପୁଣି ସ୍ୱାଧିନତା ପୂର୍ବବର୍ତ୍ତି ଜମିଦାରି ପ୍ରଥାକୁ ଠେଲିଦେଇ କୃଷି ଓ କୃଷକର ଭାଗ୍ୟକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଆଗରେ ଟେକି ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏଣୁ ଏହି ବିଲକୁ ତୁରନ୍ତ ପ୍ରତ୍ୟହାର କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଦାବି କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ନେତୃତ୍ୱ ନେଇଥିବା ବେଳେ ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଉପ-ସଭାପତି ମନୀଷ ମିଶ୍ର, ଅସୀତ କୁମାର ମୁଖ୍ୟ, ଅଜୟ ବାଲି, ଟିକୁନୁ କୁମ୍ଭାର, ଉମାଶଙ୍କର ସାହୁ, ସାନନ୍ଦ ମିଶ୍ର, ଚନ୍ଦ୍ରମଣି ତ୍ରିପାଠି, ସଂଜୟ ମିଶ୍ର, ଅଖଣ୍ଡ ସେଠ, କୈଳାସ ମିଶ୍ର, ଚିଣ୍ଟୁ ପଣ୍ଡା, କିଶୋର ଦଣ୍ଡସେନା, ଝୁପଲୁ ମହାନ୍ତି, ମିଟୁ ସାହୁ, ଲୋପନ ମିଶ୍ର, ସୁରେନ୍ଦ୍ର ଅଶ୍ୱପାଲ ଏବଂ ସୁଦର୍ଶନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking