39.1 C
Bhubaneswar
Tuesday, April 23, 2024
Homeଓଡିଶାଏସ୍‌ଆର୍‌ସିଙ୍କ ସମ୍ଭାବ୍ୟ ବାତ୍ୟା ସମୀକ୍ଷା

ଏସ୍‌ଆର୍‌ସିଙ୍କ ସମ୍ଭାବ୍ୟ ବାତ୍ୟା ସମୀକ୍ଷା

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି ସହ ଏସ୍‌ଆର୍‌ସିଙ୍କ ଭିଡିଓ କନ୍‌ଫେରେସିଂ ହୋଇଛି । ବିଭିନ୍ନ ବିଭାଗର ସଚିବଙ୍କୁ ଭିଡିଓ କନ୍‌ଫେରେସିଂରେ ସଜାଗ କଲେ ଏସ୍‌ଆର୍‌ସି । ମ୍ୟାନ୍ ପାୱାର ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ନିଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବମାନେ ପ୍ରସ୍ତୁତ ଆରମ୍ଭ କରିଥିବା ଜଣାଇଲେ । ଆଗୁଆ ପଦକ୍ଷେପ ନେଇ ସିଏମ୍‌ସରୁ ନିର୍ଦ୍ଦେଶ ଥିବା ଟ୍ୱିଟ୍ କରି ଜଣାଇଛନ୍ତି । ମେ’ ମାସ ୨୧ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ସହିତ, ଉକ୍ତ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ସକ୍ରିୟ ହେବା ସହ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ମୌସୁମୀ ବାୟୁର ଉପସ୍ଥିତି, ଉପଯୋଗୀ ବାୟୁମଣ୍ଡଳୀୟ ଏବଂ ସାମୁଦ୍ରିକ ସ୍ଥିତି ଯେପରିକି ସଙ୍କଳନ ପାଇଁ ଅନୁକୂଳ ପରିବେଶ, ସମୁଦ୍ରପୃଷ୍ଠରୁ ତାପମାତ୍ରା ମଧ୍ୟ ଆଣ୍ଡାମାନ ସାଗର ଉପରେ ସ୍ଥିର ମେଘ ଏବଂ ବଙ୍ଗୋପସାଗର ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପାଗ ୨୨ତାରିଖ ବେଳକୁ ସକ୍ରିୟ ହେବାର ସମ୍ଭାବନା ରହିଛି । ତେଣୁ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ତାରିଖ ବେଳକୁ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୭୨ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ-ଓଡ଼ିଶା ଉପକୂୂଳରେ ୨୬ତାରିଖ ସନ୍ଧ୍ୟା ସମୟରେ ପହଞ୍ଚିବା ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking