28.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଢେଙ୍କାନାଳ : ଅନୁସୁଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଉନ୍ନୟନ ବିଭଗର ମୁଖ୍ୟ ଶାସନ ସଚିବ ତଥା ଢେଙ୍କାନାଳ ଆକାଂକ୍ଷ୍ୟା ଜିଲ୍ଲା ପ୍ରଭାରୀ ଶ୍ରୀମତୀ ରଞ୍ଜନା ଚୋପ୍ରା ଦୁଇ ଦିନିଆ ଗ୍ରସ୍ତର ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ଏହାକୁ ନେଇ ଗତକାଲି ଢେଙ୍କାନାଳ ଜିଲ୍ଲା ସଦ୍‌ଭାବନା ଗୃହରେ ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଯୋଜନା ଗୁଡିକ ଯେପରି ଜିଲ୍ଲାବାସୀ ସାଧାରଣ ଲୋକ ଲାଭ ଉଠାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଭିତିଭୁମିର ବିକାଶ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷା, ଶିଶୁଙ୍କ ପୃଷ୍ଟିସାଧନ, ଶିକ୍ଷା କ୍ଷେତ୍ରରେ ସୁଧାର, ଗୁଣାତ୍ମକ ବିକାଶ, ପାନୀୟ ଜଳ ଯୋଗାଣ, ପାନୀୟଜଳ ଯୋଗାଣ, ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ କରିବା ସହିତ ଗୃହ ପ୍ରଦାନ, ରାସ୍ତାଘାଟ ଉନ୍ନତିକରଣ, କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ନେଇ ସଚେତନା ଆଦି ବିଷୟରେ ଆଲୋଚନା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜାନ ଗୁଡିକ ବାବଦରେ ଶାସନ ସଚିବଙ୍କୁ ଜଣାଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking