32.1 C
Bhubaneswar
Thursday, March 28, 2024
Homeଓଡିଶାନେଗେଟିଭ ଓ ଟିକା ରିପୋର୍ଟ ନଥିଲେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଘର ମନା

ନେଗେଟିଭ ଓ ଟିକା ରିପୋର୍ଟ ନଥିଲେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଘର ମନା

ଭୁୁବନେଶ୍ୱର: କରୋନା ସଂକ୍ରମଣକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗରୁ ଯେ କୌଣସି ବ୍ୟକ୍ତି ଆସିବେ ସେମାନେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ । ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ସେଠାରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର ଏହି କଟକଣା ଜାରି କରିଛନ୍ତି । ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡାକଡି ହେବ । ଚେକିଂ କଡାକଡି କରିବାକୁ ବାଲେଶ୍ୱର, ମୟୁରଭଂଜ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ । ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନ ରେ ରହିବେ । ଏ ଦୁଇ ସର୍ତ୍ତ ପୂରଣ କରୁନଥିବା ଲୋକ କ୍ୱାରେଣ୍ଟିନରେ ରହିବାକୁ ବାଧ୍ୟ । କ୍ଲଷ୍ଟର ସେଣ୍ଟରରେ ରହିବେ ବା ପେଡ୍ କ୍ୱାରେଣ୍ଟିନରେ ରହିପାରିବେ । ସେହିଭଳି ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀ ୧୪ ଦିନ କ୍ୱାରେଣ୍ଟିନରେ ରହିବେ । ସଂପୃକ୍ତ ଯାତ୍ରୀମାନେ ହୋମ୍ କ୍ୱାରେଣ୍ଟିନ ରେ ରହିପାରିବେନି । କେବଳ ୨ ଡୋଜ୍ ଟିକା ନେଇଥିବା ଲୋକ ହୋମ କ୍ୱାରେଣ୍ଟିନରେ ରହିପାରିବେ । ପଶ୍ଚିମବଙ୍ଗରେ ନୂଆଷ୍ଟ୍ରନ ଠାବ ହୋଇଛି । ତାହା ଅତ୍ୟନ୍ତ ମାରାତ୍ମକ, ଘାତକ ଓ ସଂକ୍ରାମକ ହୋଇଥିବାରୁ କଟକଣା କଡାକଡି କରାଯାଇଛି । ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଣ୍ଟ ଅତି ଘାତକ ହୋଇଥିବାରୁ ରାଜ୍ୟ ସରକାର କୋଭିଡ କଟକଣା କଡା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking