40.1 C
Bhubaneswar
Thursday, April 25, 2024
Homeଓଡିଶାଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ

ଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ । ମଙ୍ଗଳବାର ସୁରଟରୁ ବାହାରିଥିବା ୩ଟି ବସ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ପହଁଚିଥିଲା। ୧୦୮ ଜଣ ଓଡିଆଙ୍କୁ ନେଇ ଆସିଥିବା ତିନୋଟି ବସ ରାତି ପ୍ରାୟ ୨.୩୦ ମିନିଟ ସମୟରେ ଆସିକାରେ ପହଁଚିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ଆସିକା ନିକଟସ୍ଥ ଡି.ପଲ ସ୍କୁଲଠାରେ ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ରହିବା କିଟ ପ୍ରଦାନ କରାଯାଇଛି। ୩ଟି ବସରେ ଆସିଥିବା ୯୮ ପୁରୁଷ ଓ ୧୦ ମହିଳା ଯାତ୍ରି ସମସ୍ତେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ପୁରୁଷୋତ୍ତମପୁର ଓ ଜଗନ୍ନାଥପ୍ରସାଦ ଅଂଚଳର ବୋଲି ଜଣାପଡିଛି। ତେବେ ସେମାନଙ୍କ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିବା ଆସିକା ବିଡିଓ ସୁଚନା ଦେଇଛନ୍ତି।
https://onakhabar.com/2020/04/30/returned-by-cycle-from-bihar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking