40.1 C
Bhubaneswar
Thursday, April 25, 2024
Homeଓଡିଶାଚେନ୍ନାଇ ରୁ କୋରାବନ୍ଦୀ ପହଂଚିଲେ  ସାଇକେଲ ରେ ଉମାକାନ୍ତ

ଚେନ୍ନାଇ ରୁ କୋରାବନ୍ଦୀ ପହଂଚିଲେ  ସାଇକେଲ ରେ ଉମାକାନ୍ତ

ଯାଜପୁର :  ଜିଲ୍ଲା ର କୋରାଇ ବ୍ଲକ ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତ ର   କୋରାବନ୍ଦୀ ଗ୍ରାମ ର ଜଣେ ଯୁବକ ସାଇକେଲ ସାହାଯ୍ୟ ରେ ନିଜ ଜନ୍ମ ମାଟି କୁ ଗତ କାଲି ସନ୍ଦ୍ୟା ରେ ଫେରିଆସିଛନ୍ତି | ମିଳିଥିବା ସୂଚନା ଅନୁଯାଇ ଦେଶ ସାରା ଲକ ଡାଉନ ଚାଲିଥିବା ବେଳେ  କାମ ଧନ୍ଦା ନଥିବାରୁ ବର୍ତମାନ ପ୍ରଵାସୀ ଓଡ଼ିଆ ଙ୍କ ସରକାରି ପଞ୍ଜିକରଣ ପରେ ଓଡିଶା ମୁହାଁ ଓଡ଼ିଆ ଶ୍ରମିକ ମାନେ ରାଜ୍ୟ ସରକାର ଙ୍କ ମାଗଣା ବସ ଓ ଟ୍ରେନ ସେବା କୁ ନ ଅନାଇ କିଏ ଚାଲି ଚାଲି, କିଏ ସାଇକେଲ ଆଉ କିଏ ଗାଡି ସାହାଯ୍ୟ ରେ ଓଡ଼ିଆ ମୁହାଁ ହୋଇ ଛନ୍ତି !ଦୀର୍ଘ ୧୩ ଶହ କିମି ସାଇକେଲ ଚଲାଇ   ଚେନ୍ନାଇ ରୁ ଆସିଥିବା କୋରାବନ୍ଦୀ ନିବାସୀ ଉମାକାନ୍ତ କର ଗତ କାଲି ନିଜ ଜନ୍ମ ମାଟି କୁ ଫେରି ଛନ୍ତି !ବାଟ ରେ ଫେରିବା ସମୟ ରେ ଓଡିଶା ଆନ୍ଦ୍ର ସୀମା ରେ ଶ୍ରୀକାକୁଲମ   ଠାରେ 14 ଦିନ କ୍ୱାରନ୍ଟାଇନ ରେ ଏକ ସରକାରୀ ବିଦ୍ୟାଳୟ ରେ ରହିବାକୁ ପଡିଥିଲା !ଗତ କାଲି ନିଜ ଗାଁ କୁ ଫେରି ନିଜ ଘର କୁ ନ ଯାଇ ଗାଁ ର କ୍ୱାରନ୍ଟାଇନ ସେଣ୍ଟର ରେ ରହିବା କୁ ମନବଳାଇବା ସହ ଏକ ସଚେକତ ନାଗରିକ ର ପରିଚୟ ଦେଇଛନ୍ତି ବୋଲି ଗ୍ରାମ ବାସିମାନେ କହନ୍ତି !ଏହା ଏକ ଶୃଙ୍ଖଳିତ ନାଗରିକର ପରିଚୟ ଦେଇ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସେ କୋରାଇ ର କୋରାବନ୍ଦୀ ଅଂଚଳ ର ପ୍ରଥମ ଚେନ୍ନାଇ ଫେରନ୍ତା ହୋଇ ଥିବାରୁ ତାଙ୍କ ଚିନ୍ତାଧାରା କୁ ଗ୍ରାମବାସୀ ସହ ପଞ୍ଚଯାତ ପ୍ରଶାସନ ସ୍ୱାଗତକରିବା ସହ ଅନ୍ୟ ମାନଂକୁ ପ୍ରେରଣା ବୋଲି କହିଛନ୍ତି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking