26.1 C
Bhubaneswar
Wednesday, May 31, 2023
Homeଖେଳମହିଳା କ୍ରିକେଟର୍ ରୁମେଲିଙ୍କ ଅବସର

ମହିଳା କ୍ରିକେଟର୍ ରୁମେଲିଙ୍କ ଅବସର

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ରୁମେଲି ଧର୍ ବୁଧବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ୍ ମାଧ୍ୟମରେ ନିଜ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ରୁମେଲି ଲେଖିଛନ୍ତି, ‘ପଶ୍ଚିମବଙ୍ଗର ଶ୍ୟାମନଗରରୁ ଆରମ୍ଭ କରିଥିବା କ୍ରିକେଟ୍ କ୍ୟାରିୟର୍‌ର ୨୩ ବର୍ଷ ପରେ ଆଜି ଅନ୍ତ ଘୋଷଣା କରୁଛି ।’ ୩୮ ବର୍ଷୀୟ ରୁମେଲି ଭାରତ ପକ୍ଷରୁ ଚାରିଟି ଟେଷ୍ଟ୍ ଖେଳି ଗୋଟିଏ ଅର୍ଦ୍ଧଶତକ ସହ ମୋଟ ୨୩୬ ରନ୍ ସ୍କୋର୍ କରିଛନ୍ତି । ୨୦୦୫ରେ ଇଂଲଣ୍ଡ ବିପକ୍ଷ ଦିଲ୍ଲୀ ଟେଷ୍ଟ୍‌ରେ ଡେବ୍ୟୁ କରିଥିବା ରୁମେଲିଙ୍କ ନାମରେ ୮ଟି ଟେଷ୍ଟ୍ ୱିକେଟ୍ ରହିଛି । ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ୨୦୦୬ରେ ଟଣ୍ଟନ୍‌ଠାରେ ସେ କ୍ୟାରିୟର୍‌ର ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଗତ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିବା ରୁମେଲି ୭୮ଟି ମ୍ୟାଚ୍ ଖେଳି ମୋଟ ୯୬୧ ରନ୍ କରିଥିଲେ । ଏହା ମଧ୍ୟରେ ତାଙ୍କର ୬ଟି ଅର୍ଦ୍ଧଶତକ ସାମିଲ ।

ଏହାଛାଡ଼ା ସେ ତାଙ୍କ ଦିନିକିଆ କ୍ୟାରିୟର୍‌ରେ ୬୩ଟି ୱିକେଟ୍ ମଧ୍ୟ ନେଇଥିଲେ । ବେଙ୍ଗଲ ଓ ଅନ୍ୟାନ୍ୟ କେତେକ ଟିମ୍ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଥିବା ରୁମେଲି ୧୮ଟି ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରି ୧୩୧ ରନ୍ ସଂଗ୍ରହ କରିବା ସହ ୧୩ଟି ୱିକେଟ୍ ଅକ୍ତିଆର କରିଥିଲେ । ୨୦୦୬ରେ ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଟି-୨୦ ଡେବ୍ୟୁ କରିଥିବା ବେଳେ ସାଉଥ୍ ଆଫ୍ରିକା ବିପକ୍ଷରେ ୨୦୧୮ରେ ଟିମ୍ ଇଣ୍ଡିଆକୁ ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ କରିଥିଲେ ।

ସେହିପରି ରୁମେଲି ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଫର୍ମାଟ୍‌ରେ ତାଙ୍କର ଅନ୍ତିମ ମ୍ୟାଚ୍ ଖେଳିଥିଲେ । ସାଉଥ୍ ଆଫ୍ରିକାରେ ଆୟୋଜିତ ୨୦୦୫ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଭାରତକୁ ପହଞ୍ଚାଇବା ତାଙ୍କ କ୍ୟାରିୟର୍‌ର ଅନ୍ୟତମ ମୁଖ୍ୟାଂଶ । କ୍ରମାଗତ ଆହତ ସମସ୍ୟା ତାଙ୍କ କ୍ୟାରିୟର୍‌କୁ ପ୍ରଭାବିତ କରିଥିଲେ ମଧ୍ୟ ସର୍ବଦା ସେ ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କ କ୍ୟାରିୟର୍ ଗଠନରେ ଅବଦାନ ପାଇଁ ରୁମେଲି ବିସିସିଆଇ, ପରିବାର ସଦସ୍ୟ, ବନ୍ଧୁ ଏବଂ ସେ ପ୍ରତିନିଧିତ୍ୱ କରିଥିବା ବେଙ୍ଗଲ, ଏୟାର୍ ଇଣ୍ଡିଆ, ଦିଲ୍ଲା ଏବଂ ରାଜସ୍ଥାନ ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking