31.1 C
Bhubaneswar
Friday, March 29, 2024
Homeଓଡିଶାଗୁଣାତ୍ମକ ସାର୍ବଜନୀନ ଶିକ୍ଷା ସବୁ ବର୍ଗର ପିଲାଙ୍କୁ ଯୋଗାଇଦେବାକୁ ଅବସରପ୍ରାପ୍ତ ଶିକ୍ଷକ ମାହାସଂଘର ଆହ୍ୱାନ

ଗୁଣାତ୍ମକ ସାର୍ବଜନୀନ ଶିକ୍ଷା ସବୁ ବର୍ଗର ପିଲାଙ୍କୁ ଯୋଗାଇଦେବାକୁ ଅବସରପ୍ରାପ୍ତ ଶିକ୍ଷକ ମାହାସଂଘର ଆହ୍ୱାନ

ଭୁବନେଶ୍ୱର : ଅଖିଳ ଭାରତ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ୍ ଶିକ୍ଷକ ସଂଘର ଜାତୀୟ ସମ୍ବିଧାନିକ ସମ୍ମିଳନୀ ଉତ୍ତର ପ୍ରଦେଶରେ ଲକ୍ଷ୍ନୌଠାରେ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀକୁ ପ୍ରାକ୍ତନ ରାଜ୍ୟସଭା ସଦସ୍ୟ ପ୍ରଫେସର ଟି. ମାନିଆ ଉଦ୍‌ଘାଟନ କରିଥିଲେ । ଏବଂ ସମ୍ମାନୀତ ଅତିଥି ଭାବରେ ପ୍ରଫେସର ଅଶୋକ ବର୍ମନ, ପ୍ରଫେସର ଅରୁଣ କୁମାର ଏବଂ ଏସ୍‌ଏସ୍‌. ଚୌହାନ ଯୋଗ ଦେଇଥିଲେ । ସମ୍ମିଳନୀରେ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା କରାଯାଇଥିଲା । ଶିକ୍ଷାରେ ଅଧିକ ଅର୍ଥ ବିନିଯୋଗ କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରମାନେ ପଦକ୍ଷେପ ନେବାକୁ ସମ୍ମିଳନୀରେ ମତପ୍ରକାଶ ପାଇଥିଲା ।

ଗୁଣାତ୍ମକ ସାବଜନୀନ ଶିକ୍ଷା ସବୁ ବର୍ଗର ପିଲାଙ୍କୁ ସହଜରେ ବିଳିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ୮୦ ବର୍ଷରୁ ଉର୍ଦ୍ଧ୍ୱ ବର୍ଷିଆନ୍ ଶିକ୍ଷାବିତ୍‌ମାନଙ୍କୁ ସମ୍ମିଳନୀରେ ମାନପତ୍ର, ଉପଢ଼ୌକନ ତଥା ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତରେ ବିଭିନ୍ନ ରାଜ୍ୟର(ମଣିପୁର ଠାରୁ କନ୍ୟାକୁମାରୀ) ଅଧ୍ୟାପକ ପ୍ରତିନିଧିମାନେ ସମ୍ମିଳନୀରେ ଯୋଗ ଦେଇଥିଲେ । ଓଡ଼ିଶାରୁ ପ୍ରଫେସର ବାଲ୍ମିକୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିଲେ ।

ପ୍ରତିନିଧି ଅଧିବେସନରେ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ସଭାପତି ଭାବରେ ପ୍ରଫେସର ସୁଧାକର ମାନକର(ମହାରାଷ୍ଟ୍ର), ସାଧାରଣ ସମ୍ପାଦକ ଭାବରେ ପ୍ରଫେସର ଜିତେନ୍ଦ୍ର ନାଥ ଶୁଳ୍କା(ଉତ୍ତର ପ୍ରଦେଶ), କୋଷାଧ୍ୟକ୍ଷ ଭାବରେ ପ୍ରଫେସର ସଦାନନ୍ଦ ଭଟ୍ଟାଚାର୍ଯ୍ୟ(ପଶ୍ଚିମବଙ୍ଗ) ଏବଂ ଅନ୍ୟ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଥିଲେ । ଜାତୀୟ ଉପସଭାପତି ଭାବରେ ଓଡ଼ିଶାରୁ ପ୍ରଫେସର ଡଃ ନିରଞ୍ଜନ ପାଢ଼ୀ ଏବଂ ଜାତୀୟ ସମ୍ପାଦକ ଭାବରେ ଡଃ ଗୋପାକୃଷ୍ଣ ନନ୍ଦ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରମାନେ କୋଭିଡ୍ ସମୟରେ ଲୋକଙ୍କର ସ୍ୱାସ୍ଥ୍ୟ ଦାୟିତ୍ୱ ନେଇଥିବାରୁ ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking