31.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା ଅବସର ପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସମିତିର ବାର୍ଷିକ ପାରିବାରିକ ମିଳନ

ଓଡିଶା ଅବସର ପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସମିତିର ବାର୍ଷିକ ପାରିବାରିକ ମିଳନ

ଭୁବନେଶ୍ୱର: ଚଳିତବର୍ଷ ଫେବୃୟାରୀ ୧୯ ତାରିଖ ଦିନ ଓଡିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତିର ବାର୍ଷିକ ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଚନ୍ଦକା ଥାନା କଣ୍ଟାବାଡ ଗ୍ରାମ ପଞ୍ଚାୟତର ଶ୍ରୀ ଅରବିନ୍ଦ ମିତ୍ର ଅବସରପ୍ରାପ୍ତ ଦୁର୍ଗପତିଙ୍କ ଫାର୍ମ ହାଉସରେ ସମିତିର ସଭାପତି ଶ୍ରୀ ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡଃ. ସୁଧାଂଶୁ ଷଡଙ୍ଗୀ ପୋଲିସ କମିସନର ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ନନ୍ଦିନୀ ଷଡଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ । ଡଃ. ସୁଧାଂଶୁ ଷଡଙ୍ଗୀ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମାଜର ଗଠନ ମୂଳକ କାର୍ଯ୍ୟରେ ଯୋଗଦାନ କରିବା ସହ ତାଙ୍କର ପୋଲିସ ଚାକିରୀ କାର୍ଯ୍ୟାକାଳର ଅନୁଭୂତିକୁ ସମାଜସେବାରେ ଲଗାଇବାକୁ ପରାମର୍ଶ ଦେଇଥିଲେ । ଏବଂ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।
ଶ୍ରୀମତୀ ଷଡଙ୍ଗୀ ତାଙ୍କ ସୁଲଳିତ କଣ୍ଠରେ ଗୀତ ଗାନ କରି ସମସ୍ତଙ୍କୁ ଆମୋଦିତ କରିଥିଲେ ଏବଂ ଉପସ୍ଥିତ ମହିଳା ମାନେ ପୋଲିସ ଚାକିରୀ ସମୟରେ ସେମାନଙ୍କ ସ୍ୱାମୀଙ୍କ ପରିବାର ବହୁ କଷ୍ଟ ସ୍ୱୀକାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ପରିଷଦର ସଙ୍ଗଠନ ସମ୍ପାଦକ ଶ୍ରୀ ନୀଳମୋହନ ତ୍ରିପାଠୀ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପୋଲିସ କମିଶନର ଡଃ. ଷଡଙ୍ଗୀ ଓ ଶ୍ରୀମତୀ ଷଡଙ୍ଗୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ବାର୍ଷିକ ପିକନିକକୁ ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ବିଜୟ କୃଷ୍ଣ ମହାନ୍ତି, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ପଟ୍ଟନାୟକ , ବରିଷ୍ଠ ସଭ୍ୟ ଦେବ ପ୍ରସାଦ ମଜୁମଦାର , ଶ୍ରୀ କେଶଦ ମହାପାତ୍ର, ଶ୍ରୀ ବିମଳ ମହାନ୍ତି, ଶ୍ରୀମତୀ ରାସେଶ୍ୱରୀ ପଟ୍ଟନାୟକ, ଶ୍ରୀମତୀ ସ୍ୱର୍ଣ୍ଣଲତା ପ୍ରଧାନ, ଶ୍ରୀମତୀ ଉର୍ବାସିନୀ ତ୍ରିପାଠୀ, ଶ୍ରୀମତୀ ଜ୍ୟୋତ୍ସାରଣୀ ଧନି ଆଦି ସଭ୍ୟା ଓ ସଭ୍ୟ ମାନେ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking