34.1 C
Bhubaneswar
Friday, March 29, 2024
Homeଓଡିଶା୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର

୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ନିୟୋଜିତ ୮ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଗୁରୁବାର ଅବସର ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ଏଏସ୍‌ଆଇ, ୨ଜଣ ହାବିଲଦାର ଏବଂ ୩ଜଣ କନଷ୍ଟେବଳ ଅଛନ୍ତି । ଏହି କର୍ମଚାରୀମାନେ ଚାକିରୀ କାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେବା ସହ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ବିଭାଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛି ।

ଅବସର ଗ୍ରହଣ କରିଥିବା ପୁଲିସ କର୍ମଚାରୀମାନେ ହେଲେ ଭୁବନେଶ୍ୱର ଡିଆଇବି ଅଫିସରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ପ୍ରଦୀପ କୁମାର ପଟ୍ଟନାୟକ, ଭରତପୁର ଥାନାରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ଆୟାଜ ଅହମ୍ମଦ ଖାଁ, ଲକ୍ଷ୍ମୀସାଗର ଥାନାରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ରାମଚନ୍ଦ୍ର ଦାଶ, ଭୁବନେଶ୍ୱର ରିଜର୍ଭ ଅଫିସରେ କାର୍ଯ୍ୟରତ ଥିବା ହାବିଲ୍‌ଦାର ରସାନନ୍ଦ ପାତ୍ର, ହାବିଲଦାର୍ ବିମ୍ବାଧର ସାହୁ, ବଡ଼ଗଡ ଥାନାରେ କାର୍ଯ୍ୟରତ ଥିବା କନ୍‌ଷ୍ଟେବଳ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଭୁବନେଶ୍ୱର ସଦର କୋର୍ଟରେ କାର୍ଯ୍ୟରତ ଥିବା କନଷ୍ଟେବଳ ନିକୁଞ୍ଜ ବିହାରୀ ଶ୍ରୀଚନ୍ଦନ, ସହିଦନଗର ଥାନାରେ କାର୍ଯ୍ୟରତ ଥିବା କନଷ୍ଟେବଳ ସୁକାନ୍ତ କୁମାର ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking