ନୂଆଦିଲ୍ଲୀ : ଖାଉଟିଙ୍କୁ ମିଳୁନି ଆଶ୍ୱସ୍ତି । ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ବୃଦ୍ଧି ହେଉଛି । ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପରିବହନ ଦୃଷ୍ଟିରୁ ଦେଖିଲେ ସାମଗ୍ରୀର ଦର ଯେତିକି ବୃଦ୍ଧି ପାଇବା କଥା, ତା ଠାରୁ ଅଧିକ ମୂଲ୍ୟ ବୃଦ୍ଧି ଘଟୁଛି । ତେବେ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ ଆଧାରିତ ରିଟେଲ ମୁଦ୍ରାସ୍ଫୀତି ହାର ନଭେମ୍ବରରେ ବୃଦ୍ଧି ପାଇଛି । ମୁଦ୍ରାସ୍ପୀତି ବୃଦ୍ଧି ପାଇ ୪.୯୧ ପ୍ରତିଶତରେ ପହଞ୍ଚିଛି ।
ପୂର୍ବରୁ ଅକ୍ଟୋବର ମାସରେ ଏହା ୪.୪୮ ପ୍ରତିଶତ ରହିଥିଲା । ଏଥିସହ ଲଗାତାର ୫ମ ମାସ ଲାଗି ମୁଦ୍ରାସ୍ଫୀତି ହାର କମ୍ଫର୍ଟ ଜୋନରେ ରହିଛି । ଆରବିଆଇର ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ବଜାୟ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଅକ୍ଟୋବର ମାସରେ ରିଟେଲ ମୁଦ୍ରାସ୍ଫୀତି ହାର ୪.୪୮ ପ୍ରତିଶତ ରହିଥିଲା । ଏହା ପୂର୍ବରୁ ଅଗଷ୍ଟ ମାସରେ ଏହା ୫.୩୦ ପ୍ରତିଶତ ରହିଥିଲା । ସେହିପରି ଜୁଲାଇ ମାସରେ ୫.୫୯ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ ଗତବର୍ଷ ଅକ୍ଟୋବର ମାସରେ ଦେଖିବାକୁ ଗେଲେ ରିଟେଲ ମୁଦ୍ରାସ୍ଫୀତି ର ହାର ୬.୯୩ ପ୍ରତିଶତ ରହିଥିଲା । ମୁଦ୍ରାସ୍ଫୀତି ପାଇଁ ଏକ ବୈଠକ ବସିଥିଲା । ଯେଉଁଥିରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଆସନ୍ତା ମାସରେ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ ଆଧାରିତ ମୁଦ୍ରାସ୍ଫୀତ ଆହୁରି ବଢିପାରେ ।
ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧ ଓ ୨୨ ର ତୃତୀୟ କ୍ୱାର୍ଟରରେ ୫.୧ ପ୍ରତିଶତ ବଢିପାରେ । ଆଉ ଚତୁର୍ଥ କ୍ୱାର୍ଟରରେ ଏହା ୫.୭ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ମୋଟ ଉପରେ ଏହା ୫.୩ ରହିପାରେ ବୋଲି ଅନୁମାନ କରାଯାଉଛି । ଅକ୍ଟୋବରରେ ପନିପରିବା ଦ୍ରବ୍ୟ ଉପରେ ମୁଦ୍ରାସ୍ଫୀତି ୧୯.୪୩ ପ୍ରତିଶତ ଥିବା ବେଳେ ଏହା ଏବେ ୨୨.୪୭ ପ୍ରତିଶତକୁ ବଢିଛି ।
ଅକ୍ଟୋବରରେ ଡାଲି ଓ ଶସ୍ୟ ଜାତୀୟ ଦ୍ରବ୍ୟ ଉପରେ ମୁଦ୍ରାସ୍ଫୀତି ୫.୪୨ ପ୍ରତିଶତ କ ଥିବା ବେଳେ ନଭେମ୍ବରରେ ଏହା ୩.୧୮ ପ୍ରତିଶତକୁ ହ୍ରାସ ପାଇଛି । ବସ୍ତ୍ର ଓ ଫୁଟୱୟାର ଦ୍ରବ୍ୟ ଉପରେ ମୁଦ୍ରାସ୍ଫୀତି ନଭେମ୍ବରରେ ୭.୯୪ ପ୍ରତିଶତ ଥିବା ବେଳେ ଅକ୍ଟୋବରରେ ଏହା ୧୪.୩୫ ପ୍ରତିଶତ ଥିଲା । ସେହିପରି ଇନ୍ଧନ ଓ ଆଲୋକ ମୁଦ୍ରାସ୍ଫୀତ ଅକ୍ଟୋବରରେ ୧୪.୩୫ ପ୍ରତିଶତ ଥିବା ବେଳେ ନଭେମ୍ବରରେ ୧୩.୩୫ ପ୍ରତିଶତ ରହଛି । ହାଉସିଂ ମୁଦ୍ରାସ୍ଫୀତି ଅକ୍ଟୋବରରେ ୩.୫୮ ପ୍ରତିଶତ ଥିବା ବେଳେ ନଭେମ୍ବରରେ ଏହା ୩ ଦଶମିକ ୯ ପ୍ରତିଶତ ରହିଛି ।