27.1 C
Bhubaneswar
Tuesday, September 27, 2022
Homeଅପରାଧଏକତରଫା ପ୍ରେମର ଫଳ: ଯୁବତୀଙ୍କୁ ବାରମ୍ବାର ଛୁରୀଭୁସି ଗୁରୁତର କଲା ଯୁବକ

ଏକତରଫା ପ୍ରେମର ଫଳ: ଯୁବତୀଙ୍କୁ ବାରମ୍ବାର ଛୁରୀଭୁସି ଗୁରୁତର କଲା ଯୁବକ

ନଳଗୋଣ୍ଡା: ଏକତରଫା ପ୍ରେମର ଫଳ ତେଲେଙ୍ଗାନାର ନଳଗୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ଯୁବକ ଜଣକ ବାରମ୍ବାର ଛୁରୀଭୁସି ଅଧମରା କରିଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ଯୁବକ ଜଣକ ଆକ୍ରମଣ କରିବାର କାରଣ ହେଲା ଯେ ସେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ।

ଯୁବକଙ୍କର ପ୍ରେମ ନିବେଦନକୁ ସ୍ୱୀକାର ନ କରିବାରୁ ଯୁବତୀ ଜଣକ ବାରମ୍ବାର ଛୁରୀରେ ଆକ୍ରମଣର ଶିକାର ହୋଇଥିଲେ । ଯୁବକ ଜଣକ ଯୁବତୀଙ୍କ ଓଠକୁ ମଧ୍ୟ ଆକ୍ରମଣ କରି ଖରାପ କରିଦେଇଛି । ସେହିପରି ହାତ, ଗୋଡ ଓ ପେଟରେ ମଧ୍ୟ ଆକ୍ରମଣ କରିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବକ ଜଣକ ଯୁବତୀଙ୍କୁ ପ୍ରେମ ନାଁରେ ହଇରାଣ କରୁଥିଲା । କିନ୍ତୁ ଯୁବତୀ ଜଣକ ଯୁବକର ପ୍ରେମକୁ ସ୍ୱୀକାର କରୁ ନଥିଲେ । ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା । ପୋଲିସ କହିବା ଅନୁସାରେ ସ୍ଥାନୀୟ ଫରେଷ୍ଟ ପାର୍କରେ ଯୁବକ ପୀଡିତାଙ୍କୁ ଆକ୍ରମଣ କରିଥିଲା । ଯୁବତୀ ଜଣକ ଗୁରୁତର ଅଛନ୍ତି । ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking